ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ୍ । ସିପି ରାଧାକ୍ରିଷ୍ଣନଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିଅର୍ ରହିଛି । ସେ ବିଜେପି ସହ ଜଡିତ ଏବଂ କୋଏମ୍ବାଟୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପେସାରେ ଜଣେ ବ୍ୟବସାୟୀ, ସମାଜସେବା ତାଙ୍କ ବ୍ରତ, ବ୍ୟବସାୟୀ ହୋଇଥିବାରୁ ସିପି ରାଧାକ୍ରିଷ୍ଣନ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ।
ସିପି ରାଧାକ୍ରିଷ୍ଣନ, ଜନ୍ମ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁର ଜିଲ୍ଲାରେ ହୋଇଥିଲା। ସିପି ରାଧାକ୍ରିଷ୍ଣନ ମାତ୍ର ୧୬ ବର୍ଷ ବୟସରେ, ଅର୍ଥାତ୍ ୧୯୭୩ ମସିହାରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ସାମିଲ ହୋଇଥିଲେ । ୧୯୭୪ରେ ସେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀ ସମିତିର ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି (BJP) ସହିତ ଜଡିତ ହୋଇ ସେ ତାମିଲନାଡୁରେ ଦଳର ପ୍ରମୁଖ ନେତା ଭାବେ ଉଭା ହୋଇଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ସେ ବିଜେପି ତାମିଲନାଡୁର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ବିଜେପି କେରଳର ସର୍ବଭାରତୀୟ ପ୍ରଭାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
ସେ କୋଏମ୍ବାଟୁର ଲୋକସଭା ଆସନରୁ ୧୯୯୮ ଓ ୧୯୯୯ରେ ବିଜେପି ଟିକେଟରେ ନିର୍ବାଚନ ଜିତି ଦୁଇଥର ସାଂସଦ ହୋଇଥିଲେ। ୧୯୯୮ରେ ସେ ୧.୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଏବଂ ୧୯୯୯ରେ ୫୫,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ, ୨୦୦୪, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ।
ଚନ୍ଦ୍ରପୁରମ୍ ପୋନୁସାମୀ ରାଧାକ୍ରିଷ୍ଣନ ବିଜନେସ୍ ଆଡମିନିଷ୍ଟ୍ରେସନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା ଆରଏସଏସର ସକ୍ରିୟ ସଦସ୍ୟ ବି ଥିଲେ। ଏହାପରେ ୧୯୭୪ ମସିହାରେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଥିଲେ ।
ରାଧାକ୍ରିଷ୍ଣନ 2024 ଜୁଲାଇ 31 ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ମହାରାଷ୍ଟ୍ରର ରାଜ୍ୟପାଳ ହେବା ପୂର୍ବରୁ ସେ ପ୍ରାୟ ଦେଢ଼ ବର୍ଷ ଧରି ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ଝାଡ଼ଖଣ୍ଡର ରାଜ୍ୟପାଳ ହେବା ପୂର୍ବରୁ, ସେ 2004ରୁ 2007 ମଧ୍ୟରେ ତାମିଲନାଡୁରେ ବିଜେପିର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ ।
ରାଧାକୃଷ୍ଣନଙ୍କର କ୍ରୀଡ଼ା ପ୍ରତି ଅନେକ ଆଗ୍ରହ ରହିଛି । କଲେଜ ସମୟରେ ସେ ଟେବୁଲ ଟେନିସ୍ ଏବଂ ଦୂର ଦୌଡ଼ରେ ଚାମ୍ପିଅନ ଥିଲେ । ସେ କ୍ରିକେଟ୍ ଏବଂ ଭଲିବଲ୍ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ପାଠପଢ଼ା ସମୟରେ ଟେବୁଲ ଟେନିସ୍ରେ କଲେଜ ଚାମ୍ପିଅନ୍ ଏବଂ ଜଣେ ଲଙ୍ଗ୍ ଡିସଷ୍ଟାନ୍ସ ଧାବକ ମଧ୍ୟ ଥିଲେ । ସେ କ୍ରିକେଟ୍ ଏବଂ ଭଲିବଲ୍ ମଧ୍ୟ ଖେଳିବାକୁ ପସନ୍ଦ କରନ୍ତି ।
ରାଧାକ୍ରିଷ୍ଣନ ୧୯୯୮ ଏବଂ ୧୯୯୯ ମସିହାରେ କୋଏମ୍ବାଟୁରରୁ ଲୋକସଭା ସାଂସଦ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ ବୟନ ଶିଳ୍ପ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷତା କରିଥିଲେ ଏବଂ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ଏବଂ ଆର୍ଥିକ କମିଟିର ସଦସ୍ୟ ଥିଲେ ।
ସେ ଜାତିସଂଘ ସାଧାରଣ ପରିଷଦ(୨୦୦୪)କୁ ଏକ ସଂସଦୀୟ ପ୍ରତିନିଧିମଣ୍ଡଳୀ ଏବଂ ତାଇୱାନକୁ ପ୍ରଥମ ଭାରତୀୟ ପ୍ରତିନିଧିମଣ୍ଡଳୀର ମଧ୍ୟ ଅଂଶ ଥିଲେ ।
ଝାଡ଼ଖଣ୍ଡର ରାଜ୍ୟପାଳ ହେବା ପୂର୍ବରୁ, ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁରେ ବିଜେପି ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ, ସେ ୯୩ ଦିନର ୧୯,୦୦୦ କିଲୋମିଟର ରଥଯାତ୍ରାର ନେତୃତ୍ୱ ନେଇଥିଲେ, ଯାହା ନଦୀଗୁଡ଼ିକୁ ପରସ୍ପର ସଂଯୋଗୀକରଣ, ଅସ୍ପୃଶ୍ୟତା ଦୂର କରିବା, ସମାନ ନାଗରିକ ସଂହିତା ଲାଗୁ କରିବା, ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ଏବଂ ନିଶା ନିବାରଣ ଉପରେ ଧ୍ୟାନ ଦେଇଥିଲା।