ଶ୍ରୀହରିକୋଟାରୁ ଲଞ୍ଚ ହେଲା ନାଭିଗେସନ ସାଟେଲାଇଟ୍ NVS-02
ଦେଶର ମହାକାଶ ଗବେଷଣା କ୍ଷେତ୍ରରେ ସ୍ଥାପନ ହେଲା ନୂଆ ମାଇଲ ଖୁଣ୍ଟ । NVS-୦୨ ସାଟେଲାଇଟର ସଫଳ ଉତ୍ କ୍ଷେପଣ କରିଛି ଇସ୍ରୋ । ସକାଳ ୬ଟା ୨୩ରେ ନାବିକ୍-ଟୁ ମିଶନ ଲଞ୍ଚ ହୋଇଛି । ଶ୍ରୀହରିକୋଟାରୁ ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି । ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ନ୍ୟାଭିଗେସନ ସାଟେଲାଇଟ୍ NVS-02 ଲଂଚ କରି ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଟ୍ ସିଷ୍ଟମ । ଏହା ଆମେରିକାର ଜିପିଏସ୍ ଭଳି କାର୍ଯ୍ୟ କରେ।