ପବିତ୍ର କାଳୀପୂଜା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା’ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଲୋକେ । ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ପୁରା ରାଜ୍ୟ ସଜବାଜ। ଚାରିଆଡେ ଖୋଲିଛି ପୁଳାପୁଳା ବାଣ ଦୋକାନ, ମେଲିଛି ଭଳିକି ଭଳି ବାଣ ପସରା। ତେବେ ବାଣ ଫୁଟାଇବା ଯୋଗୁ ବାୟୁ ଓ ଶଦ୍ଦ ପ୍ରଦୂଷଣ ବଢିବା ଆଶଙ୍କାରେ ଲୋକଙ୍କ ପାଇଁ ନିୟମାବଳୀ ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।  ସଂଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାଣ ଫୁଟାଇବାକୁ ମଧ୍ୟ ପରାମର୍ଶ ଦେଇଛି |