ଆଜି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ମୋଦୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି। ସାକ୍ଷାତ ସମୟରେ, ଦୁହେଁ ମହାକାଶରେ ଶ୍ରୀ ଶୁକ୍ଳାଙ୍କ ଅଭିଜ୍ଞତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଭାରତର ଅଗ୍ରଗତି ଏବଂ ଦେଶର ମହତ୍ୱାକାଂକ୍ଷୀ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ – ଗଗନଯାନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।
ଶୁଭାଂଶୁ ଜୁଲାଇ ୧୫ରେ ଆକ୍ସିମ-୪ ମିସନ ସମାପ୍ତ କରି ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ କରିଥିଲେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ନିଜର ୧୮ ଦିନିଆ ରହଣି କାଳରେ ସେ ପ୍ରାୟ ୬୦ଟି ଗବେଷଣା କରିଥିଲେ ।