ବହୁ ସମୟରେ ଓଡ଼ିଶା ଆସେ, କାରଣ ମୁଁ ଓଡ଼ିଶାର ଜ୍ବାଇଁ : ପ୍ରଧାନ ବିଚାରପତି

କଟକରେ  ଆରମ୍ଭ ହୋଇଥିବା ଦୁଇ ଦିନିଆ ଡିଜିଟାଇଜେସନ, ପେପରଲେସ କୋର୍ଟ୍ସ କୁ ଉଦଘାଟନ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ। ଓଡିଶା ଜୁଡ଼ିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ  ପ୍ରଧାନ ବିଚାରପତି କହିଛନ୍ତି ସେ ଅନେକ ଥର ଓଡ଼ିଶା ଆସିଛନ୍ତି । କାରଣ ସେ ହେଉଛନ୍ତି  ଓଡ଼ିଶାର ଜ୍ୱାଇଁ। ତାଙ୍କ ପତ୍ନୀ ଜଣେ ଓଡ଼ିଆ ହୋଇଥିବାରୁ ସେ ଓଡ଼ିଶା ଅନେକ ଥର ଆସିଛନ୍ତି । ଏହା ସହ ସେ କହିଛନ୍ତି ଇ କୋର୍ଟ ଭବିଷ୍ୟତର ନ୍ୟାୟପାଳିକା । ବର୍ତମାନ ସମୟରେ ପେପରଲେସ କୋର୍ଟ ଲାଗୁ କରିବାରେ ଓଡିଶା ସରକାର ଆଗରେ ଅଛନ୍ତି । ଲୋକଙ୍କ ପାଖରେ ଏହାଦ୍ବାରା ସହଜରେ ନ୍ୟାୟ ବ୍ୟବସ୍ଥା ପହଞ୍ଚି ପାରିବ ।  ଇ-କୋର୍ଟ ପଦକ୍ଷେପକୁ ସଫଳ କରିବାରେ ଓଡିଶା ସରକାର ଅନେକ କାର୍ଯ୍ୟ କରିଥିବା ପ୍ରଧାନ ବିଚାରପତି କହିଥିଲେ । ଓଡ଼ିଶାର ପ୍ରାୟ ଅନେକ  ଜିଲ୍ଲାରେ  ଭଚ୍ୟୁଆଲ କୋର୍ଟ ଚାଲିପାରୁଛି। ଆଗକୁ ଦେଶର ଅନ୍ୟ ରାଜ୍ୟରେ ଇ କୋର୍ଟ ହେଲେ ଏହା ସାଧାରଣ ଲୋକଙ୍କ  ସମସ୍ୟା ସମାଧାନ କରିବାରେ ସହାୟକ ହେବ ।