ଯମୁନା ନଦୀରେ ଡଙ୍ଗା ବୁଡି ଯୋଗୁଁ ୧୧ ମୃତ ,୫ ନିଖୋଜ

ମଥୁରା ବୃନ୍ଦାବନର କେଶି ଖାଟରେ ଯମୁନା ନଦୀରେ ଡଙ୍ଗା ବୁଡିବା ଯୋଗୁଁ ଏଯାଏଁ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ପଞ୍ଜାବ ଲୁଧିଆନାରୁ ଆସିଥିବା ଶ୍ରଦ୍ଧାଳୁ ଯମୁନାରେ ପରିକ୍ରମା କରୁଥିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଘଟଣାରେ ଏଯାଏଁ ଅନ୍ୟ ୫ ଜଣ ନିଖୋଜ ରହିଛନ୍ତି । ସେମାନଙ୍କୁ ଖୋଜା ଚାଲିଛି । ଏହାରି ଭିତରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ପୋଲିସ ଜଣେ ଠିକାଦାର ଏବଂ ଜଣେ ନାବିକକୁ ଗିରଫ କରିଛି ।

ଗତ ୧୦ ତାରିଖରେ ଅପରାହ୍ନ ୩ଟା ସମରେ ବୃନ୍ଦାବନର କେଶି ଘାଟରେ ଯମୁନା ନଦୀରେ ଡଙ୍ଗା ବୁଡିଯାଇଥିଲା । ଏଥିରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୫ ଜଣ ଏଯାଏଁ ନିଖୋଜ ରହିଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରି ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଡଙ୍ଗାରେ ମୋଟ ୩୪ ଜଣ ରହିଥିଲେ ।

ଏହି ଘଟଣା ପରେ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ତେବେ ଶ୍ରଦ୍ଧାଳୁଙ୍କୁ ବାରମ୍ବାର ଚେତାବନୀ ଦିଆଯିବା ସତ୍ତ୍ବେ ମଧ୍ୟ ଠିକାଦାର ଏବଂ ଡଙ୍ଗା ଚାଳକ ଦାୟିତ୍ବହୀନତା ଦର୍ଶାଇଥିଲେ । ପରିଣାମସ୍ବରୂପ ଡଙ୍ଗା ଯମୁନାରେ ଓଲଟିପଡିଥିଲା । ଆଉ ସମସ୍ତ ଲୋକ ପାଣିରେ ବୁଡ଼ିଯାଇଥିଲେ ।

ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ୧୧ ଜଣଙ୍କୁ ମ୍ତ ଘୋଷଣା କରିଥିଲେ । ଏମାନଙ୍କ ଭିତରେ ୬ ଜଣ ମହିଳା ଏବଂ ୫ ଜଣ ପୁରୁଷ ରହିଛନ୍ତି । ହସପିଟାଲରେ ୮ ଜଣଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ୫ ଜଣ ନିଖୋଜ ରହିଛନ୍ତି । ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Leave a comment