ମାଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ରହିଛି ଆଇଏସ୍ଆଇଏସ୍ର ଷଡଯନ୍ତ୍ର
ମାଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁରେ ଶନିବାର ଏକ ଚଳନ୍ତା ଅଟୋ ରିକ୍ସାରେ ହୋଇଥିବା ବିସ୍ଫୋରଣ ମାମଲାରୁ ଏକ ବଡ଼ ସୁରାକ ମିଳିଛି । ଏଭଳି ବିସ୍ଫୋରଣ ପାଇଁ ପାକିସ୍ତାନର ହାତ ଥିବା ପୋଲିସ ପର୍ଦାଫାଶ କରିଛି। ଏହି ବିସ୍ଫୋରଣରେ ଅଟୋ ରିକ୍ସା ଚାଳକ ଓ ଜଣେ ବ୍ୟକ୍ତି ଆହତ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ପରେ ମାଙ୍ଗାଲୁର ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥିବାର ନେଇ ସନ୍ଦେହ ରହିଛି। ତଦନ୍ତ ପରେ ମହମ୍ମଦ ଶରିକ୍(୨୪) ବିଭିନ୍ନ ଆତଙ୍କବାଦୀଙ୍କ ସହ ଯୋଗସୂତ୍ରରେ ରହିଥିବା ଜଣାପଡିଛି । ତଦନ୍ତକାରୀ ଟିମ୍ ଅନୁସାରେ, ପିଏଫ୍ଆଇ(ପପୁଲାର ଫ୍ରଣ୍ଡ ଅଫ୍ ଇଣ୍ଡିଆ) ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପରେ ଆଇଏସଆଇଏସ୍ ସହିତ ମେଣ୍ଟ କରି ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାର ଯୋଜନା କରିଥିଲେ। ଆଇଏସଆଇଏସ୍ ବିସ୍ପୋରଣ ପାଇଁ ଏମାନଙ୍କୁ ତାଲିମ ଦେବାରେ ସହାୟକ କରୁଥିଲା । ପିଏଫ୍ଆଇର କ୍ୟାଡର ମିଶିକି ବଡ ଷଡଯନ୍ତ୍ର କରିଥିଲେ ତାହା ପୂର୍ବରୁ ବିସ୍ଫୋରଣ ଘଟି ଧନ ଜୀବନ ନଷ୍ଟ ହୋଇପାରିନାହିଁ । ମାଙ୍ଗାଲୁର ବିସ୍ଫୋରଣରେ ଗିରଫ ଆହତ ସନ୍ଦିଗ୍ଧ ମହମ୍ମଦ ଶରିକ୍କୁ ପ୍ରାରମ୍ଭିକ ପଚରା ଉଚରା ପରେ ଏହି କଥା ସାମନାକୁ ଆସିଛି।