ମଧ୍ୟପ୍ରଦେଶରେ ସତ୍ତା ବଜାୟ ରଖିଲା ବିଜେପି
ମଧ୍ୟପ୍ରଦେଶରେ ବିଜେପି ଏଥର ପରାଜୟ ଦେଖିବ କୁହାଯାଉଥିବା ବେଳେ ବିଜେପିର ବିରାଟ ବିଜୟ ହୋଇଛି। ୨୩୦ ଆସନରୁ ୧୬୫ ଆସନ ଅର୍ଥାତ ଦୁଇ ତୃତୀୟାଂଶରୁ ଅଧିକ ସିଟ୍ ଜିତିଛି ବିଜେପି । କଂଗ୍ରେସ ଗତଥର ଅପେକ୍ଷା ପ୍ରାୟ ୫୦ ସିଟ୍ ହରାଇଛି । କୁହାଯାଉଛି ଲୋକପ୍ରିୟ ଲାଡଲି ବେହେନା ଯୋଜନା ପାଇଁ ବିଜେପି ଏଠି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । ହେଲେ ଶିବରାଜ ସିଂ ଚୌହ୍ୱାନ ହିଁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ, ନା ଆଉ କିଏ ନୂଆ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।ମଧ୍ୟପ୍ରଦେଶରେ ବିଜେପି ତା ଗଡ଼ ବଜାୟ ରଖିଲା । ଏକଜିଟ୍ ପୋଲ୍ ବି ଏଠି ଆକଳନ କରିଥିଲା ଟାଇଟ୍ ଫାଇଟ୍ । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ମ୍ୟାଜିକ୍ ନମ୍ବର ୧୧୬ଠୁ ଢେର ଆଗକୁ ଯାଇ ବୃହତ୍ ସଫଳତା ହାସଲ କରିଛି ବିଜେପି । ଭାଜପାର ପ୍ରଭାବଶାଳୀ ବିଜୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେଇଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଷ୍ଠିତ ସଭା ଏବଂ ସେ ଜନସାଧାରଣଙ୍କୁ ଦେଇଥିବା ଆହ୍ବାନ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି। ଏହି କାରଣରୁ ମଧ୍ୟପ୍ରଦେଶରେ ଭାଜପା ଏହି ବିଜୟ ଧାରା ଆସିଛି।
ଏପରିକି ଡବଲ ଇଞ୍ଜିନ ସରକାର ଦ୍ୱାରା କରାଯାଇଥିବା କାର୍ଯ୍ୟ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନା ରାଜ୍ୟରେ ଦଳକୁ ସାହାଯ୍ୟ କରିଛି। ଲାଡଲି, ଲକ୍ଷ୍ମୀ ଭଳି ଯୋଜନା ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି। ଏଥିସହିତ ବିଭିନ୍ନ ଜନକଲ୍ୟାଣ ଯୋଜନା ଯୋଗୁ ଭାଜପା ପ୍ରତି ରାଜ୍ୟର ଭଉଣୀମାନଙ୍କ ବହୁତ ଭଲପାଇବା ରହିଛି ବୋଲି ଶିବରାଜ କହିଛନ୍ତି। ଦଳର ପୂର୍ଣ୍ଣ ବିଶ୍ୱାସ ରହିଥିଲା ସଂଖ୍ୟାଗରିଷ୍ଠତା ମିଳିବ। ଦଳର ବିଜୟ ପାଇଁ ସୌରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ଶିବରାଜ ଶ୍ରେୟ ଦେଇଛନ୍ତି।