ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ସରକାର ଗଠନ କରିବ ବିଜେପି । ନିର୍ବାଚନରେ କଂଗ୍ରେସ ଏକ ବଡ଼ ଧରଣର ପରାଜୟର ସମ୍ମୁଖୀନ ହୋଇଛି । ହିନ୍ଦୀ ଭାଷା ରାଜ୍ୟ ମଧ୍ୟପ୍ରଦେଶରେ ଭାଜପା ସରକାର ଅକ୍ଷୁର୍ଣ୍ଣ ଥିବାବେଳେ ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସକୁ କ୍ଷମତାରୁ ହଟାଇ ଦେଇଛନ୍ତି। କଂଗ୍ରେସ କେବଳ ତେଲଙ୍ଗାନାରେ ସରକାର ଗଠନ କରିବ । ଛତିଶଗଡରେ ଭାଜପା ଏକ ବଡ ବିଜୟ ହାସଲ କରିଛି। ୯୦ ଟି ଆସନ ମଧ୍ୟରୁ ୫୨ ଟି ଜିତିଛି ଏବଂ ୨ଟିରେ ଆଗୁଆ ରହିଛି। ଯେଉଁଠାରେ କଂଗ୍ରେସ ୩୪ଟି ଆସନ ଜିତି ଗୋଟିଏରେ ଆଗୁଆ ରହିଛି। ଏହା ବ୍ୟତୀତ ଗୋଟିଏ ଆସନ ଅନ୍ୟର ଆକାଉଣ୍ଟକୁ ଯାଇଛି। ପରାଜୟ ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି।
ମଧ୍ୟପ୍ରଦେଶରେ ଭାଜପାସଂଖ୍ୟାଗରିଷ୍ଠତା ହାସଲ କରିଛି। ଦଳ ରାଜ୍ୟର ୨୩୦ ଟି ଆସନ ମଧ୍ୟରୁ ୧୫୬ଟି ଜିତିଛି ଏବଂ ୭ଟିରେ ଆଗୁଆ ରହିଛି। କଂଗ୍ରେସ ୬୨ଟି ଆସନ ଜିତି ୪ଟିରେ ଆଗୁଆ ରହିଛି। ଏହା ବ୍ୟତୀତ ଗୋଟିଏ ସିଟ ଅନ୍ୟର ଆକାଉଣ୍ଟକୁ ଯାଇଛି। ଏଥର ମଧ୍ୟ ରାଜସ୍ଥାନରେ ରୀତିନୀତି ଜାରି ରହିଲା ଅର୍ଥାତ୍ ପାଞ୍ଚ ବର୍ଷ ପରେ ସରକାର ବଦଳିଗଲେ। ୧୯୯ଟି ଆସନ ମଧ୍ୟରୁ ଭାଜପା ୧୧୫ଟି ଜିତିଛି। କଂଗ୍ରେସ ୬୮ଟି ଆସନରେ ଜିତି ୧ରେ ଆଗୁଆ ରହିଛି। ଏହାପରେ ଅଶୋକ ଗେହଲୋଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ.ସି.ଆର ଏକ ବଡ ପରାଜୟର ସମ୍ମୁଖୀନ ହୋଇଛନ୍ତି ଏବଂ ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) କ୍ଷମତା ହରାଇଛି। ୧୧୯ଟି ଆସନ ମଧ୍ୟରୁ ୬୪ଟି ଜିତି କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଯେଉଁଠାରେ ବିଆରଏସ ୩୮ ଟି ସିଟ ଜିତିଛି ଏବଂ ଗୋଟିଏରେ ଆଗୁଆ ଅଛି। ଏହା ବ୍ୟତୀତ ଭାଜପା ୮ ଟି ଆସନ ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ ୭ଟି ଆସନ ଜିତିଛି। କେସିଆର ମଧ୍ୟ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଏଥି ସହ କଂଗ୍ରେସ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ନେତାମାନେ ବିଜୟ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ। ସୋମବାର (ଡିସେମ୍ବର ୪) ରେ ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହେବ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post