ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ
ଆଗାମୀ ଦିନରେ ପୁନଃନିର୍ମିତ ମା କାମାକ୍ଷା କରିଡର କିପରି ଦେଖାଯିବ ତାର ଏକ ଝଲକ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା ଟ୍ୱିଟରେ ଶେୟାର କରିଛନ୍ତି । ଏହି ଟୁଇଟ୍ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାଙ୍କର କରିଡ଼ରକୁ ଅପେକ୍ଷା କରିଛନ୍ତି । ମାଙ୍କ ଭକ୍ତମାନେ ପ୍ରତିବର୍ଷ ଦର୍ଶନ ପାଇଁ ଯାଉଛନ୍ତି । ଏହି କରିଡର ହେଲେ ଲକ୍ଷ ଲକ୍ଷ ଭକ୍ତ ମାଙ୍କ ଦର୍ଶନ ସହ ଅନ୍ୟାନ୍ୟ ସୁବିଧା ପାଇପାରିବେ ବୋଲି ସୋସିଆଲ ମିଡିଆରେ ଅନେକ ୟୁଜର ମତବ୍ୟକ୍ତ କରିଛନ୍ତି ।
I am sure Maa Kamakhya corridor will be a landmark initiative.
Kashi Vishwanath Dham and Shree Mahakal Mahalok have been transformative as far as the spiritual experience is concerned. Equally important is the fact that tourism is enhanced and the local economy gets a boost. https://t.co/le8gmNrSNv
— Narendra Modi (@narendramodi) April 19, 2023
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ବ୍ୟକ୍ତ କରିଛନ୍ତି, କାଶୀ ବିଶ୍ୱନାଥ ଧାମ ଓ ଶ୍ରୀ ମହାକାଳ ମହାଲୋକ କରିଡର ଭଳି ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚିତ ହେବ । ଆସାମ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ମୁଁ ନିଶ୍ଚିତ ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ । ଆଧ୍ୟାତ୍ମିକ ଅଭିଜ୍ଞତାକୁ ବିବେଚନା କଲେ କାଶୀ ବିଶ୍ୱନାଥ ଧାମ ଓ ଶ୍ରୀ ମହାକାଳ ମହାଲୋକ ପରିବର୍ତ୍ତନକାରୀ ରହିଛି । ପର୍ଯ୍ୟଟନ ବଢିବା ଓ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।”