ଇଣ୍ତିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚ ମୂର୍ତ୍ତି ଅନାବରଣ କରିଛନ୍ତି । ଏହାପରେ କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିଥିଲେ।

କର୍ତ୍ତବ୍ୟ ପଥରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନେତାଜୀ ସୁଭାଷ ଅଖଣ୍ଡ ଭାରତର ପ୍ରଥମ ମୁଖ୍ୟ ଥିଲେ ଯିଏକି ୧୯୪୭ ପୂର୍ବରୁ ଆଣ୍ଡାମାନକୁ ସ୍ବାଧୀନ କରାଇ ଭାରତର ପତାକା ଉଡ଼ାଇଥିଲେ। ଆଜି ନେତାଜୀଙ୍କ ଅନନ୍ତ ଶକ୍ତିକୁ ଦେଶ ଅନୁଭବ କରୁଛି ଏବଂ ଏହି ଶକ୍ତି ଆମକୁ ଆଗକୁ ବଢ଼ିବାକୁ ମାର୍ଗଦର୍ଶନ କରିବ।

କର୍ତ୍ତବ୍ୟ ପଥରେ ନେତାଜୀଙ୍କ ଏହି ପ୍ରତିମୂର୍ତ୍ତି ଆମ ପାଇଁ ଥିବା ଋଣ ମନେପକାଇବ । ସ୍ବାଧୀନତାର ଅନେକ ବର୍ଷ ପରେ ଏବେ ଗୋଲାମୀ ପରିଚୟରୁ ମୁକ୍ତି ମିଳିଲା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।