ଦିଲ୍ଲୀ ଗଲେନି ଶିବକୁମାର, ସିଦ୍ଦରମେୟା ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ପଦ!

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ୍‌ ନାହିଁ  । ଶିବକୁମାରଙ୍କ ଦିଲ୍ଲୀ ଗସ୍ତ ବାତିଲ ପରେ ଏବେ ଦିଲ୍ଲୀରେ କଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।  ମୁଖ୍ୟମନ୍ତ୍ରୀ ଆସନରେ କାହାକୁ ବସାଯିବ ସେନେଇ ଦଳ ଏବେ ଅଡ଼ୁଆରେ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଦରମେୟା ଏବଂ  ଡି‌କେ ଶିବକୁମାର ଆଶାୟୀ ଅଛନ୍ତି ।  ବେଙ୍ଗାଲୁରୁରେ ଏ ନେଇ କୌଣସି ନିଷ୍ପତ୍ତି ହୋଇ ନପାରିବାରୁ ପାର୍ଟିି ହାଇକମାଣ୍ଡ ସୋମବାର ଦିନ ସିଦ୍ଦରମେୟା ଏବଂ ଶିବକୁମାରଙ୍କୁ ଦିଲ୍ଲୀ ଡକାଇଥିଲେ। ସିଦ୍ଦରମେୟା ଦିଲ୍ଲୀ ପହଞ୍ଚି ସାରିଛନ୍ତି। ଗତଥର ସେ ମୁଖ୍ୟମନ୍ତ୍ରୀ ଥିବାରୁ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଅଡ଼ି ବସିଛନ୍ତି ।  କିନ୍ତୁ ଡିକେ ଶିବକୁମାର ଅଭିମାନ କରି ଦିଲ୍ଲୀ ଯାଇନାହାଁନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ ପରେ କର୍ଣ୍ଣାଟକରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଦୁଇଭାଗ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି ।