ସ୍ପେଶ ଡକିଂ ମିଶନର ସାଟେଲାଇଟସ ଡକିଂ ଟ୍ରାଏଲ କରିଛି ଇସ୍ରୋ
ଆଜି ସ୍ପେଶ ଡକିଂ ମିଶନର ସାଟେଲାଇଟସ ଡକିଂ ଟ୍ରାଏଲ କରିଛି ଇସ୍ରୋ । SDX01 ଓ SDX02 ଉଭୟ ସାଟେଲାଇଟକୁ ସଫଳତାର ସହ 15 ମିଟର ଓ ପରେ ପୁଣି ଥରେ 3 ମିଟର ଦୂରତାକୁ ଆଣିଥିଲା । ମିଶନ ସଫଳ ହେଲେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିବା ସହ ମହାକାଶରେ ‘ଡକିଙ୍ଗ’ ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିବ । ଚନ୍ଦ୍ରଯାନ-4, ଆଦିତ୍ୟ ଶୁକ୍ର ମିଶନକୁ ମଧ୍ୟ ଏଥିରୁ ବଡ ବଳ ମିଳିପାରିବ ବୋଲି ଆଶା କରାଯାଉଛି । ଡିସେମ୍ବର 30 ତାରିଖ ରାତି ପ୍ରାୟ 10ଟା 15 ସେକେଣ୍ଡରେ ଇସ୍ରୋ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଏହା ଲଞ୍ଚ କରିଥିଲା।