ସେନା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ଆହତ
ନୂଆଦିଲ୍ଲୀ: ଆଜି ସକାଳେ ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅନ୍ତର୍ଗତ ମାର୍ୱା ତହସିଲ୍ ଅଞ୍ଚଳର ଗୋଟାଏ ସେନା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍ରେ ପ୍ରାୟ ୩ଜଣ ଲୋକ ଥିଲେ। ସେନା ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ହେଲିକପ୍ଟର୍ ଦୁର୍ଘଟଣାରେ ପାଇଲଟ୍ମାନେ ଆହତ ହୋଇଥିଲେ ବି ନିରାପଦ ଅଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ସେନା ଅଧିକାରୀମାନେ କହିଛନ୍ତି। କିସ୍ତୱାଡ଼ ଜିଲ୍ଲାର ପ୍ରବାହିତ ମରୁସୁଦର୍ ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍ର ଭଗ୍ନାଂଶ ପଡ଼ିଥିବା ଦେଖାଯାଉଛି। ଦୁର୍ଘଟଣା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି।