ଭାରତରେ ଅନୁଷ୍ଠିତ ହେବ ପରବର୍ତ୍ତି AI ସମ୍ମିଳନୀ : ମୋଦୀ

ଫ୍ରାନ୍ସ ସମ୍ମିଳନୀରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ପରବର୍ତ୍ତି AI ଆକ୍ସନ ଶିଖର ସମ୍ମିଳନୀ ଆୟୋଜନ କରିବାକୁ କହିଛନ୍ତି । ପ୍ୟାରିସରେ ଆୟୋଜିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ସମ୍ମିଳନୀରେ ମୋଦି କହିଛନ୍ତି, ଆର୍ଟିଫିସିଆଲ୍ ଇଣ୍ଟେସିଜେନ୍ସି ଯୋଗୁ ନିଯୁକ୍ତି ଯିବ ନାହିଁ ବରଂ ନୂତନ ପ୍ରକାରର ସୁଯୋଗ ସୃଷ୍ଟି ହେବ । ଶିକ୍ଷା ଏବଂ କୃଷି ପରି କ୍ଷେତ୍ରରେ ଏଆଇର ବ୍ୟବହାର କଥା ସେ ଉଲ୍ଲେଖ କରିଛନ୍ତି । ଏହାସହ ଏଆଇ ବିପଦର ସାମନା କରିବା ପାଇଁ ବୈଶ୍ବିକ ସହଯୋଗ ଉପରେ ବି ଜୋର ଦେଇଛନ୍ତି ।