ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ କିଏ ହେଲେ ଉପ ଅଧିନାୟକ ?

ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି।  ବାଂଲାଦେଶ ସହ ବିଜୟ ପରେ ଟିମ୍ ଭାରତ ଏବେ ଭଲ ଫର୍ମରେ ରହିଛି  । ୧୫ ଜଣିଆ ଟିମରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି।  ବାଂଲାଦେଶ ବିପକ୍ଷରେ କୌଣସି ଉପ-ଅଧିନାୟକ ଘୋଷଣା ହୋଇ ନ ଥିଲା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଦଳରେ ବୁମ୍ରାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି।

ଏହା ପରେ ଅଷ୍ଟ୍ରେଲିଆ ସହ ବର୍ଡ଼ର-ଗାଭାସ୍କର ଟ୍ରଫି ଖେଳାଯିବ । ଭାରତୀୟ ଟିମ୍: ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ବାଲ, ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ଉଇକେଟ ରକ୍ଷକ), ଧ୍ରୁଭ ଜୁରେଲ , ରବିଚନ୍ଦ୍ରନ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ।