ଇମ୍ରାନ ଓ ତାଙ୍କ ପତ୍ନୀ ଙ୍କୁ ୭ବର୍ଷ ଜେଲ
ପାକିସ୍ତାନର ପୂର୍ଵତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଶଙ୍କଟ ରେ,ଫେବ୍ରୁଆରି ୮ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ଦଳର ପ୍ରତିଷ୍ଠାତାଙ୍କ ଇମ୍ରାନଙ୍କ ପାଇଁ ଅତି ଜଟିଳ ସ୍ଥିତି ଉପୁଜିଛି। ନିକଟରେ ଦୁଇଟି ମାମଲାରେ ତାଙ୍କୁ ଦଣ୍ଡାଦେଶ ହୋଇଛି,ପାକିସ୍ତାନର ଏକ ଅଦାଲତ ସାଧାରଣ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ‘ଅଣ-ଇସଲାମିକ ନିକାହ’ ମାମଲାରେ ଇମ୍ରାନ୍ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।୭୧ ବର୍ଷୀୟ ଇମ୍ରାନ୍ ଖାନ୍ ଏବେ ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯାଇଛି।