୨ଠ୨୫ ସୁଦ୍ଧା ଟିବି ଦୂରୀକରଣ ଲକ୍ଷ୍ୟ: ରାଷ୍ଟ୍ରପତି
ନୂଆଦିଲ୍ଲୀ: ଜନସ୍ୱାର୍ଥ ଦୃଷ୍ଟିରୁ କୌଣସି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଗଲେ ତାହାର ସଫଳତା ସମ୍ଭାବନା ବହୁଗୁଣିତ ହୋଇଥାଏ । ସମ୍ମାନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୁଦ୍ଧକାଳୀନ ଭିତ୍ତିରେ ଜନଭାଗୀଦାରିତା ଉତ୍ସାହ ନେଇ ଟିବି ଦୂର କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହ ‘ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ଉପରାଜ୍ୟପାଳ, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଗଣ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଅଭିଯାନର ଶୁଭାରମ୍ଭ କାଳରେ ଉପସ୍ଥିତ ଥିଲେ ।

ଏଥିରେ ରାଜ୍ୟ ଓ ଜିଲ୍ଲା, ସ୍ୱାସ୍ଥ୍ୟ ପ୍ରଶାସକଗଣ, ବାଣିଜ୍ୟିକ ପ୍ରତିନିଧି, ଶିଳ୍ପାନୁଷ୍ଠାନ, ନାଗରିକ ସମାଜ, ଏନଜିଓ ଓ ଟିବି ବିଶେଷଜ୍ଞ ପ୍ରମୁଖ ଯୋଗଦେଇ ବୈଶ୍ୱିକ ଲକ୍ଷ୍ୟ ୨ଠ୩ଠର ପାଞ୍ଚ ବର୍ଷ ଆଗରୁ ୨ଠ୨୫ ସୁଦ୍ଧା ଏହି ଯନ୍ତ୍ରଣାଦାୟକ ସଂକ୍ରାମକ ରୋଗକୁ ଦେଶରୁ ହଟାଇବା ପାଇଁ ସେମାନଙ୍କ ଅଙ୍ଗୀକାରବଦ୍ଧତାକୁ ଦୋହରାଇଥିଲେ । ଏହି ଲକ୍ଷ୍ୟ ପ୍ରଥମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ଠ୧୮ରେ ଦିଲ୍ଲୀରେ ଅନୁଷ୍ଠିତ ଟିବି ଶିଖର ସମ୍ମିଳନୀରେ ଘୋଷଣା କରିଥିଲେ । ରାଷ୍ଟ୍ରପତି ମଧ୍ୟ ଟିବି ଉପଚାରରେ ରହିଥିବା ରୋଗୀମାନଙ୍କ ଅତିରିକ୍ତ ନିଦାନ, ପୌଷ୍ଟିକତା ଓ ପେଶାଗତ ସହାୟତା, ନିର୍ବାଚିତ ପ୍ରତିନିଧିତ୍ୱ, ବାଣିଜ୍ୟିକ ସଂସ୍ଥା, ଏନଜିଓ ଓ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଜନସାଧାରଣଙ୍କ ପାଇଁ ନିକ୍ଷୟ ମିତ୍ର ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଥିବା କହିଛନ୍ତି । ନିକ୍ଷୟ ୨.ଠ ପୋର୍ଟାଲ (https//communitysupport.nikshay.in) ଟିବି ରୋଗୀମାନଙ୍କ ଉନ୍ନତ ଉପଚାର ପାଇଁ ସହାୟକ ହେବା ସହ, ୨ଠ୨୫ ସୁଦ୍ଧା ଟିବି ସମାପ୍ତ କରିବା ପାଇଁ ଭାରତର ପ୍ରତିବଦ୍ଧତା ଏବଂ ସମାଜ, ଗୋଷ୍ଠୀ ସହଯୋଗ ଓ ସିଏସଆର ସୁଯୋଗ ଯୋଗାଇ ଦେବ ।
ଏହି ଆଭାସୀ ଶୁଭାରମ୍ଭ କାର୍ଯ୍ୟକ୍ରମ ସର୍ବୋଚ୍ଚ ସ୍ତରୀୟ ଅଙ୍ଗୀକାରବଦ୍ଧତା ଯୋଗୁ ଜାତୀୟ ଟିବି ଦୂରୀକରଣ କାର୍ଯ୍ୟକ୍ରମ (ଏନଟିଇପି) ଜରିଆରେ ଅଗ୍ରଗତି କରିବ । ସମାରୋହରେ ରାଷ୍ଟ୍ରପତି ସ୍ୱାସ୍ଥ୍ୟ ଯତ୍ନ କର୍ମଚାରୀ, ଗୋଷ୍ଠୀ ନେତା ଓ କୋଭିଡ-୧୯ ବୈଶ୍ୱିକ ମହାମାରୀ ରୋକିବାରେ ଅଗ୍ରଣୀ ଭୂମିକା ନେଇଥିବା ନାଗରିକଙ୍କ ପ୍ରଶଂସା କରିବା ସହ ଦେଶରୁ ଟିବି ହଟାଇବା ପାଇଁ ସେମାନେ ସେହି ଉଦ୍ୟମ ଅବ୍ୟାହତ ରଖିବେ ବୋଲି ଆଶା ପୋଷଣ କରିଥିଲେ ।

ସ୍ୱାସ୍ଥ୍ୟ ପଦ୍ଧତିରେ ପ୍ରତ୍ୟେକ ସ୍ତରରେ କମ ବ୍ୟୟ ସାପେକ୍ଷ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯେପରି ସମସ୍ତେ ପାଆନ୍ତି ତାହାକୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବୋଲି ରାଷ୍ଟ୍ରପତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଆୟୁଷ୍ମାନ ଭାରତ ଯୋଜନାରେ ହୋଇଥିବା ପ୍ରଗତି ଉପରେ ଆଲୋକପାତ କରି ଦେଶର ମଜବୁତ ସ୍ୱାସ୍ଥ୍ୟ ଯତ୍ନ ପଦ୍ଧତି ଟିବି ଦୂରୀକରଣ ଲକ୍ଷ୍ୟ ହାସଲ କରିବା ବିଶ୍ୱାସ ତାଙ୍କ ରହିଛି ବୋଲି କହିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ “ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଓ ପ୍ରଧାନମନ୍ତ୍ରୀଙ୍କ ନାଗରିକଧର୍ମୀ ନୀତିର ଏକ ସମ୍ପ୍ରସାରଣ” । ଟିବି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସେ ପ୍ରମୁଖ ସୂଚକ ଯଥା ଟିବି ମାମଲା ବିଜ୍ଞପ୍ତି ଓ ମାସିକ ବିଜ୍ଞପ୍ତି ପ୍ରକାଶକୁ ଶ୍ରେୟ ଦେଇଥିଲେ । ସେ ଦୃଷ୍ଟିରୁ ଏହି ସଂଖ୍ୟା ବୈଶ୍ୱିକ ମହାମାରୀ ପୂର୍ବ ସ୍ତରରେ ୨ଠ୨୧ ଶେଷ ସୁଦ୍ଧା ପହଂଚି ପାରିଥିଲା ।
୨ଠ୨୧ ମସିହାରେ ଦେଶରେ ୨୧ ଲକ୍ଷ ଟିବି ମାମଲା ବିଜ୍ଞପିତ ହୋଇଥିଲା । ଏ କ୍ଷେତ୍ରରେ ସୁଧାର ପାଇଁ ନିକ୍ଷୟ ପୋଷଣ ଯୋଜନା (ଏନପିୱାଇ) ଟିବି ରୋଗୀମାନଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇବା ପାଇଁ ତ୍ୱରାନ୍ୱିତ ହେଲା । ୨ଠ୧୮ ମସିହା ଠାରୁ ଏ ପର୍ଯ୍ୟନ୍ତ ୬୫ ଲକ୍ଷ ଟିବି ରୋଗୀଙ୍କ ଉପଚାର ପାଇଁ ୧,୭ଠ୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଘରୋଇ କ୍ଷେତ୍ରକୁ ଏଥିପାଇଁ ନିୟୋଜିତ କରି ଦେଶର ୨୫ଠଟି ଜିଲ୍ଲାରେ କରାଯିବା ପରେ ଏ କ୍ଷେତ୍ରରେ ଶତକଡ଼ା ୩୨ ଭାଗ ଟିବି ରୋଗୀ ଥିବା ଜଣାପଡ଼ିଛି ।ସାର୍ବଜନୀନ ଡ୍ରଗସ ସ୍ପେଶାଲିଷ୍ଟ ଟେଷ୍ଟିଂ (ୟୁଡିଏସଟି) ସମସ୍ତ ଟିବି ନିରୂପିତ ମାମଲା କାର୍ଯ୍ୟକ୍ରମ ଜରିଆରେ ୨ଠ୨୧ ମସିହା ସୁଦ୍ଧା ଦେଶରେ ୩୭୬ଠ ଏନଏଏଟି ମେସିନ୍ ସ୍ଥାପନ କରାଯାଇଛି । ଏହାଦ୍ୱାରା ଡ୍ରଗ ରେଜିଷ୍ଟାଣ୍ଟ ମାମଲାଗୁଡ଼ିକୁ ନିରୂପିତ କରାଯାଇ ତାହାର ଚିକିତ୍ସା କରାଯାଇପାରିବ । ୧,୫ଠ,ଠଠଠରୁ ଊଦ୍ଧ୍ୱର୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ୨ଠ୨୨ ମସିହା ତୃଣମୂଳ ସ୍ତରରେ ଟିବିର ଯତ୍ନ ନିମନ୍ତେ ସ୍ଥାପିତ ହେବ ।
ଏହି କାର୍ଯ୍ୟକ୍ରମ ସମାଜ ଗୋଷ୍ଠୀର ଜନ ଆନେ୍ଦାଳନ ରଣନୀତି ଟିବି ଦୂରୀକରଣ ପାଇଁ ପ୍ରସ୍ତୁତ କରିବ । ଏହି କାର୍ଯ୍ୟକ୍ରମ ଜରିଆରେ ୧୨,ଠଠଠ ବିଶେଷଜ୍ଞ ଟିବି ରୋଗୀ ଆବଶ୍ୟକ କରୁଥିବା ସେବା ଯତ୍ନର ଦାୟିତ୍ୱ ନେବେ । ଏହା ରୋଗୀ, ଚିକିତ୍ସକଙ୍କ ମଧ୍ୟରେ ଉପଚାର ସମ୍ପର୍କିତ ମତ ବିନିମୟରେ ମଧ୍ୟ ସାହାଯ୍ୟ କରିବ ।