ଜେଲରେ ରାତି ବିତାଇବେ ହେମନ୍ତ ସୋରେନ୍, କୋର୍ଟ କାଲି ଶୁଣାଇବେ ରିମାଣ୍ଡ ନିଷ୍ପତ୍ତି
ରାଞ୍ଚି : ଝାଡଖଣ୍ଡରେ ଏବେ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ କେହି ଶପଥ ନେଇନାହାଁନ୍ତି । କାର୍ଯ୍ୟବାହୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ନ୍ୟାୟିକ ହେପାଜତରେ ରହିବେ । ଇଡି ତାଙ୍କୁ କୋର୍ଟରେ ହାଜର କରି ୧୦ ଦିନର ରିମାଣ୍ଡ ମାଗିଥିଲା । ଏନେଇ କୋର୍ଟ ସମ୍ପୂର୍ଣ୍ଣ ମାମଲାରେ ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି କି ହେମନ୍ତ ଆଜି ରାତିରେ ଜେଲରେ ରହିବେ । ଏହା ବ୍ୟତୀତ ଇଡିର ରିମାଣ୍ଡ ପିଟିସନରେ ଶୁଣାଣି କରି ପିଏମଏଲଏର ବିଶେଷ କୋର୍ଟ ନିଜ ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି । ରିମାଣ୍ଡ ପିଟିସନରେ କୋର୍ଟ କାଲି ନିଷ୍ପତ୍ତି ଶୁଣାଇବେ । ରାଞ୍ଚିର ପିଏମଏଲଏ କୋର୍ଟ ପରେ ହେମନ୍ତ ଜେଲ୍ ପହଞ୍ଚି ଯାଇଛନ୍ତି । ହେମନ୍ତ ସୋରେନଙ୍କୁ ରାଞ୍ଚିର ହୋଟଓ୍ବାର ଜେଲ୍ ପଠାଯାଇଛି । ଆଜି ରାତିରେ ସେ ଜେଲରେ ରହିବେ ।