ଉତ୍ତରାଖଣ୍ଡ ହଲଦ୍ବାନୀ ଦଙ୍ଗାରେ ୬ ମୃତ, ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ

ହଲଦ୍ବାନୀ: ଉତ୍ତରାଖଣ୍ଡର ହଲଦ୍ୱାନୀର ବନଭୁଲପୁରା ଥାନା ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ସ୍ଥିତି । ଦଙ୍ଗା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୫୦ରୁ ଅଧିକ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ପୋଲିସକୁ ଦିଆଯାଇଛି ନିର୍ଦ୍ଦେଶ । ଏକ ମଦ୍ରାସାକୁ ଭାଙ୍ଗିବା ପାଇଁ ସରକାରୀ ଅଧିକାରୀମାନେ ଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ।