ପୁରୀରେ ଲୁଚିଥିଲା ୟୁପିର ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍

ପୁରୀ : ପୁରୀରେ ଲୁଚିଥିଲା ୟୁପିର ନିହତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍। ଗୁଡ୍ଡୁ ପୁରୀରେ ଲୁଚିଥିବା ନେଇ  ଶେଷ ଲୋକେସନ ପୁରୀରୁ ମିଳିଥିଲା ।  ଅତିକର ପତ୍ନୀ ସାଇସ୍ତା ପରବୀନ ପୋଲିସ ହାତରେ ଧରାପଡ଼ିନି । ତେବେ ସାଇସ୍ତା ଅପେକ୍ଷା ଯେଉଁ ଅପରାଧୀ ଅଧିକ ଚିନ୍ତାର କାରଣ ପାଲଟିଛି, ସେ ହେଉଛି ଗୁଡ୍ଡୁ ମୁସଲିମ୍  । ଉତ୍ତରପ୍ରଦେଶ ପ୍ରୟାଗରାଜର ବହୁଚର୍ଚ୍ଚିତ ଉମେଶ ପାଲ୍ ହତ୍ୟାକାଣ୍ଡ ସମୟରେ ଏକ ସିସିଟିଭି ଫୁଟେଜ ଖୁବ୍‌ ଭାଇରାଲ୍ ହୋଇଥିଲା । ବ୍ୟାଗରୁ ଗୋଟିକ ପରେ ଗୋଟିଏ ବୋମା କାଢ଼ି ଫିଙ୍ଗୁଥିବା ଫେରାର୍ ଅପରାଧୀ ହେଉଛି ଗୁଡ୍ଡୁ ମୁସଲିମ୍ । ବମ୍ ଏକ୍ସପର୍ଟ, ଅତିକ୍ ଅହମ୍ମଦର ଡାହାଣ ହାତ, ଉମେଶ ପାଲ୍ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ, ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର । ଉମେଶ ପାଲ୍ ହତ୍ୟାକାଣ୍ଡରେ ସଂପୃକ୍ତ ୫ରୁ ଅଧିକ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଏବେବି ପୋଲିସକୁ ଚକମା ଦେଇ ବୁଲୁଛି ଗୁଡ୍ଡୁ ମୁସଲିମ୍।