ଦେଶରେ ଟିଭି ଦେଖିବା ଅଧିକ ମହଙ୍ଗା ହୋଇଛି ବୋଲି ବାରମ୍ବାର ଅଭିଯୋଗ ହେବା ପରେ ଏହା କିପରି ଶସ୍ତା ହେବ ସେ ନେଇ ଆଲୋଚନା ଚାଲିଥିଲା । ଏବେ ଲାଇସେନ୍ସ ଶୁଳ୍କ ଆଉ ସରକାର ନେବେ ନାହିଁ । ଯାହା ଫଳରେ ଟିଭି ଦେଖିବା ପାଇଁ ଦିଆଯାଉଥିବା ଟଙ୍କା କମ ଦେବାକୁ ପଡିବ । କେବୁଲ ବିଲ୍ ପୈଠ କରିବାକୁ ଲୋକଙ୍କୁ ପ୍ରତିମାସରେ ବହୁ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏପରି ପରିସ୍ଥିତିରେ ସ୍ୱଳ୍ପ ଆୟ କରୁଥିବା ଅନେକ ଲୋକ ସେମାନଙ୍କର କେବୁଲ୍ ସଂଯୋଗ ବିଚ୍ଛିନ୍ନ କରିଦେଉଛନ୍ତି । ଏବେ ବହୁତ କମ୍ ଟଙ୍କା ଦେଇ ସେମାନଙ୍କର ଡିଟିଏଚ୍ ଏବଂ କେବୁଲ୍ ଟିଭି ରିଚାର୍ଜ କରିପାରିବେ। କାରଣ, ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଆଗାମୀ ଦିନରେ ଡିଟିଏଚ୍ ଲାଇସେନ୍ସ ଶୁଳ୍କ ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି। ଏଭଳି ପରିସ୍ଥିତିରେ କୁହାଯାଉଛି ଯେ ଯଦି କେନ୍ଦ୍ର ସରକାର ଟ୍ରାଇର ସୁପାରିଶକୁ ଅନୁମୋଦନ କରନ୍ତି, ତେବେ ଦେଶରେ କେବୁଲ ବିଲ୍ ବହୁତ ଶସ୍ତା ହୋଇଯିବ।
Trending
- ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ
- ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ, ୨ ଜଣ ଯବାନ ସହିଦ ଓ ୩ ଯବାନ ଆହତ
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
Prev Post