ଗୁଲାମ ନବୀ ଆଜାଦଙ୍କ ଦଳର ନାଁ ଡେମୋକ୍ରାଟିକ୍ ଆଜାଦ ପାର୍ଟି

ଶ୍ରୀନଗର : ଗୁଲାମ ନବୀ ଆଜାଦ ତାଙ୍କ ଦଳର ନାମ ‘ଡେମୋକ୍ରାଟିକ୍ ଆଜାଦ ପାର୍ଟି’ ରଖିଛନ୍ତି। କଂଗ୍ରେସରୁ ଇସ୍ତଫା ଦେବାର ମାସେ ପରେ ଆଜାଦ ନୂଆ ଦଳ ଘୋଷଣା କରିଛନ୍ତି । ୨୬ ଅଗଷ୍ଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଆଜାଦ। ଏହା ପରେ ସେ କହିଥିଲେ ଯେ ଖୁବ୍ ଶୀଘ୍ର ସେ ନୂଆ ଦଳର ନାମ ଘୋଷଣା କରିବେ। ତାଙ୍କ ଦଳର ଆଦର୍ଶ ସ୍ୱାଧୀନ ହେବ ବୋଲି ସେ କହିଥିଲେ।

ଜମ୍ମୁକାଶ୍କୀରରେ ଆଗାମୀ କିଛିଦିନ ପରେ ନିର୍ବାଚନ ହୋଇପାରେ । ନିର୍ବାଚନ ପୂର୍ବରୁ ଗୁଲାମ ନବୀ ନୂଆ ଦଳ ଘୋଷଣା କରିଛନ୍ତି । ଜମ୍ମୁକାଶ୍ମୀରରେ ତାଙ୍କ ଦଳ ଶାସନ କରିବ ବୋଲି ତାଙ୍କ ସମର୍ଥକମାନେ ଆଶାବାଦୀ ଅଛନ୍ତି । ଗୁଲାମ ନବୀ କହିଥିଲେ ଯେ ତାଙ୍କ ଦଳରେ କେବଳ ଧର୍ମନିରପେକ୍ଷ ଲୋକ ଯୋଗ ଦେଇ ପାରିବେ। ଦଳର ନାମ ସମ୍ପର୍କରେ ସେ ଜନସାଧାରଣଙ୍କଠାରୁ ପରାମର୍ଶ ଲୋଡିଥିଲେ। ଶ୍ରୀନଗର ଗସ୍ତ ସମୟରେ ମଧ୍ୟ ସେ ସମର୍ଥକଙ୍କ ସହ ଦଳର ନାମକରଣକୁ ନେଇ ଆଲୋଚନା କରିଥିଲେ ଏବଂ ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ଦଳ ଘୋଷଣା କରିଛନ୍ତି।