ଭାରତ ଗସ୍ତରେ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ

ଦୁଇ ଦିନିଆ ଭାରତ ଗସ୍ତରେ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ । ଭାରତ ଏବଂ ଋଷର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍ କରିବାକୁ ବିଭିନ୍ନ ବୈଠକରେ ଯୋଗ ଦେବେ । ଆଜି ମୁମ୍ବାଇରେ ଋଷିଆ – ଭାରତ ବ୍ୟବସାୟିକ ବୈଠକରେ ଯୋଗଦେବେ । ଏହାପରେ ଆସନ୍ତାକାଲି ଋଷର ଉପପ୍ରଧାନମନ୍ତ୍ରୀ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମିଳିତ ଭାବେ  ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ବୈଷୟିକ ଏବଂ ସଂସ୍କୃତି ଉପରେ ଆନ୍ତରାଜ୍ୟ ଋଷ-ଭାରତୀୟ ଆୟୋଗର ଏକ ପ୍ରମୁଖ ଅଧିବେଶନ କରିବେ ।