୩ ଅଭିଯୁକ୍ତ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର୍‌

ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ପୁଲିସ୍‌ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୩ ଅଭିଯୁକ୍ତ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଡିସେମ୍ବର ୨୩ ତାରିଖ (ସୋମବାର) ଏନ୍‌କାଉଣ୍ଟ୍‌ର କରାଯାଇଛି। ଉତ୍ତରପ୍ରଦେଶର ପିଲିବିଟ୍ ଜିଲ୍ଲାରେ ପୁଲିସ୍ ଗୁଳିରେ ସୋମବାର ସକାଳୁ ସକାଳୁ ଖାଲିସ୍ତାନୀ ଆତଙ୍କବାଦୀମାନେ ଟଳି ପଡ଼ିଥିବା ସୂଚନା ରହିଛି। ଅଭିଯୁକ୍ତମାନେ ହେଲେ ଗୁରୁବିନ୍ଦର ସିଂ, ବିରେନ୍ଦ୍ର ସିଂ ଏବଂ ଜସନପ୍ରୀତ ସିଂ। ସେମାନେ ସମସ୍ତେ ଖଲିସ୍ତାନ କମାଣ୍ଡୋ ଫୋର୍ସ ନାମକ ସଂଗଠନର ସଦସ୍ୟ ଥିଲେ। ପଞ୍ଜାବ ପୁଲିସ ଏବଂ ଉତ୍ତରପ୍ରଦେଶ ପୁଲିସର ମିଳିତ ଏନକାଉଣ୍ଟରରେ ନିହତ ହୋଇଛନ୍ତି।