୩ ଲସ୍କର ଆତଙ୍କବାଦୀ ଏନକାଉଣ୍ଟରରେ ମୃତ

ଶ୍ରୀନଗର: ଭାରତୀୟ ସେନାର ଏନ୍‌କାଉଣ୍ଟରରେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସର୍ଚ ଅପରେସନ ପରେ ରାତିରୁ ଛକି ରହିଥିଲେ ସୁରକ୍ଷାକର୍ମୀ । ଆଜି ଭୋରୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲା ମଞ୍ଝା ମାର୍ଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ଅନ୍ୟ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଏବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।