ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ
ଶନିବାର ରାତି ୯.୦୩ ସମୟରେ ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା, ଯାହାର କେନ୍ଦ୍ରସ୍ଥଳ ପାଲାନପୁରରୁ ୩୧ କିଲୋମିଟର ଉତ୍ତର-ପୂର୍ବରେ ଥିଲା । ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଅଧିକାଂଶ ତହସିଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ତଥାପି, ଉଭୟ ରାଜ୍ୟର କୌଣସି ଅଞ୍ଚଳରୁ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ନାହିଁ ।