ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଲା ପୋଲିସ

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ବଢିଲା ଗିରଫ ସଂଖ୍ଯା । ଆଉ ଜଣଙ୍କୁ ଗିରଫ କଲା ପୋଲିସ । ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଲା ପୋଲିସ । ଏଥିସହ ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗଣଦୁଷ୍କର୍ମ ମାମଲା ସହ ଜଡିତ ଥିବାରୁ ପୀଡିତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇଥିବା ନେଇ ଆସାନସୋଲ-ଦୁର୍ଗାପୁର ସିପି ସୂଚନା ଦେଇଛନ୍ତି । ତେବେ ପୀଡିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁଙ୍କୁ ବାନ୍ଧିଛି ପୋଲିସ । ପୀଡିତାଙ୍କ ବାପା ତାଙ୍କ ଝିଅ ସେଦିନ ରାତିରେ ଯେଉଁ ବନ୍ଧୁଙ୍କ ସହ ବାହାରକୁ ଯାଇଥିଲେ ତାଙ୍କୁ ଅଭିଯୁକ୍ତ ଭାବେ ସନ୍ଦେହ କରିବା ପରେ ତାଙ୍କ ଏତଲା ଆଧାରରେ ଆଜି ପୋଲିସ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି । ପୀଡିତାଙ୍କ ପୁରୁଷ ବନ୍ଧୁ ରାତିରେ ତାଙ୍କ ସହିତ ବାହାରକୁ ଯାଇଥିବା ସମୟରେ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ପୀଡିତାଙ୍କ ପୁରୁଷ ବନ୍ଧୁ ଭାବରେ ଚିହ୍ନଟ ହୋଇଥିବା ଅଭିଯୁକ୍ତକୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରାଯାଇଛି।ସେପଟେ ଘଟଣା ସମ୍ପର୍କରେ ସିପି କହିଛନ୍ତି- ଏପର୍ଯ୍ୟନ୍ତ, ଆମେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛୁ ଯାହାଙ୍କ ଉପସ୍ଥିତି ଅପରାଧ ଘଟିବା ଦିନ ରହିଥିଲା । ପୀଡିତାଙ୍କ ଠାରୁ ଅଭିଯୁକ୍ତମାନେ ଯେଉଁ ମୋବାଇଲ୍ ଫୋନ୍ ଛଡାଇ ନେଇଥିଲେ ତାକୁ ମଧ୍ୟ ଉଦ୍ଧାର କରିଛୁ। ତଦନ୍ତର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଇଛୁ । ସିନ୍ ରିକ୍ରିଏସନ ସହ ସାଇଣ୍ଟିଫିକ୍ ପ୍ରମାଣ ପତ୍ର ସଂଗ୍ରହ କରାଯାଇଛି । ଅଭିଯୁକ୍ତ ପିନ୍ଧିଥିବା ପୋଷାକ ଜବତ ହୋଇଛି । ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି ମାତ୍ର ରିପୋର୍ଟ ଆସିନି । ପୀଡିତାଙ୍କ ବୟାନ ଆଧାରରେ ତାଙ୍କ ପୁରୁଷ ବନ୍ଧୁ ମଧ୍ଯ ସନ୍ଦେହ ଘେରରେ ରହିଛନ୍ତି । ତାଙ୍କ ଉପରେ କଡା ନଜର ରହିଛି, ତାଙ୍କୁ ପଚରାଉଚରା ଚାଲିଛି । ପୀଡିତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯାଇଛି । ଘଟଣାରେ ଯାହାର ବି ସଂପୃକ୍ତି ଥିବା କାହାକୁ ଛଡାଯିବନି ।

Leave a comment