ଅନ୍ୟକୁ ବିବାହ ପରେ ବି ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ ମୁସଲିମ ମହିଳା
ଅନ୍ୟକୁ ବିବାହ ପରେ ବି ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ ମୁସଲିମ ମହିଳା । ଅନ୍ୟ ଜାଗାରେ ବିବାହ କରିଥିଲେ ବି ସେ ଭରଣପୋଷଣ ପାଇବାର ହକ୍ଦାର ।ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କ ସପକ୍ଷରେ ବମ୍ବେ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଛାଡପତ୍ର ପରେ ରକ୍ଷଣାବେକ୍ଷଣ ସହ ଜଡିତ ଏକ ମାମଲାରେ କୋର୍ଟ ରାୟ ପ୍ରଦାନ କରୁଥିବାବେଳେ କହିଛନ୍ତି, କୌଣସି ଛାଡପତ୍ର ପାଇଥିବା ମୁସଲମାନ ମହିଳା ତାଙ୍କ ପୂର୍ବ ସ୍ୱାମୀଙ୍କଠାରୁ ବିନା କୌଣସି ସର୍ତ୍ତରେ ରକ୍ଷଣାବେକ୍ଷଣ ପାଇବାକୁ ହକଦାର । ବମ୍ବେ ହାଇକୋର୍ଟର ଜଷ୍ଟିସ ରାଜେଶ ପାଟିଲ ଏହି ମାମଲାରେ ଜାନୁଆରୀ ୨ ରେ ଦେଇଥିବା ରାୟରେ କହିଛନ୍ତି ଯେ ‘ମୁସଲିମ ମହିଳା ଅଧିନିୟମ- ୧୯୮୬ ଅନୁଯାୟୀ ଜଣେ ଛାଡପତ୍ର ପାଇଥିବା ମହିଳା ନିଜର ଭରଣପୋଷଣ ପାଇଁ ପୂର୍ବ ସ୍ୱାମୀଠାରୁ ଟଙ୍କା ନେବା ପାଇଁ ହକ୍ଦାର । ମହିଳା ଜଣକ ଅନ୍ୟ ଜଣକୁ ବିବାହ କରିଛନ୍ତି କି ନାହିଁ, ଏଥିରେ କିଛି ଫରକ ପଡ଼ିବ ନାହିଁ । ଏହାକୁ ନେଇ ମୁସଲିମ ମହିଳାମାନେ ଖୁସି ପ୍ରକଟ କରିଛନ୍ତି । ମହିଳାଙ୍କୁ ନ୍ୟାୟ ମିଳିପାରିବ, ସେମାନେ ଆଶା ପ୍ରକଟ କରିଛନ୍ତି ।