ମଦ ବନ୍ଦ କଲେ ମୁଁ ଗୀତ ଗାଇବା ବନ୍ଦ କରିଦେବି କହିଲେ ଦିଲଜିତ
କିଛି ଦିନ ତଳେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ବହୁ ପ୍ରତୀକ୍ଷିତ “ଦିଲ-ଲୁମିନାଟି” କନ୍ସର୍ଟ ଆୟୋଜକଙ୍କୁ ନୋଟିସ ପଠାଇଥିଲେ ତେଲେଙ୍ଗାନା ସରକାର | କନ୍ସର୍ଟରେ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବା ଗୀତଗୁଡ଼ିକ ଗାଇବାକୁ ଅନୁମତି ଦିଆଯିବ ନାହିଁ ସ୍ପଷ୍ଟ କରିଥିଲେ ସରକାର | ଏବେ ଏହା ଉପରେ ଦିଲଜିତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି | ସେ କହିଛନ୍ତି, ଯଦି ଦେଶରେ ଥିବା ସବୁ ମଦ ଦୋକାନ ବନ୍ଦ ହେବ ତେବେ ମୁଁ ମଦକୁ ନେଇ ଗୀତ ଗାଇବା ବନ୍ଦ କରିଦେବି |