ଦିଲ୍ଲୀର ପ୍ରଦୂଷିତ ବାୟୁକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଆପଣ ଯଦି ଦିଲ୍ଲୀ ବୁଲିବାକୁ ପ୍ଲାନ କରିଛନ୍ତି ତେବେ ଏବେ ସେ ଚିନ୍ତା ଛାଡିଦିଅନ୍ତୁ । ଶୀତ ଦିନ ଆସିବା ପରେ ଦିଲ୍ଲୀର ବାୟୁମଣ୍ଡଳ ବିଷ ବଳୟ ସାଜିଛି । ଦୀପାବଳୀ ପରେ ଓ ଶୀତ ରୁତୁ ଆରମ୍ଭ ହେବା ପରେ ଏଠାକାର ସ୍ଥିତି ଦିନକୁ ଦିନ ଖରାପ ଅବସ୍ଥାକୁ ଆସିଯାଇଥିବାରୁ ଲୋକେ ଏଭଳି ଚର୍ଚା କରୁଛନ୍ତି । ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର କରିବାକୁ ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି । ତେଣୁ ଏ ସମୟରେ ଦିଲ୍ଲୀ ବୁଲିବାକୁ ନଯାଇ ବାୟୁମଣ୍ଡଳ ସ୍ଥିତି ଠିକ ହେବା ପରେ ଦିଲ୍ଲୀ ବୁଲିବାକୁ ଯିବାକୁ କାର୍ଯ୍ୟକ୍ରମ ସ୍ଥିର କରିବା ଭଲ । କାରଣ ଦିଲ୍ଲୀର ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗିଡି ଯାଉଛି । କ୍ୱାଲିଟି ସର୍ଭିସର ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତା ବିଗୁଡୁଛି । ଏୟାର ଇଣ୍ଡେକ୍ସ କ୍ୱାଲିଟି 400 ପହଁଚିଥିବାରୁ ଏହା ବହୁତ ଖରାପ କୁହାଯାଉଛି । ସବୁଠୁ ଚିନ୍ତାର କଥା ହେଉଛି ପ୍ରଦୂଷଣ ପାଇଁ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି । ଲୋକେ ନିଶ୍ବାସ ଦେବାରେ କଷ୍ଟ ଅନୁଭବ କରୁଛନ୍ତି । ଆଉ ଏପରି ସମୟରେ ବିଜେପି ଆପ୍ କୁ ଦୋଷ ଦେଉଥିବା ବେଳେ ଆପ ବିଜେପିକୁ ଦୋଷ ଦେଉଛି । ଲୋକେ କିନ୍ତୁ ପ୍ରଦୂଷିତ ବାୟୁକୁ ନେଇ ଚିନ୍ତାରେ ରହିଛନ୍ତି ।