ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି
ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୃତ୍ୟୁସଂଖ୍ୟା ଏବେ ୧୨ରୁ ୧୩କୁ ବଢ଼ିଛି। LNJP ହସ୍ପିଟାଲର ICUରେ ଭର୍ତ୍ତି ହୋଇଥିବା ୩୫ ବର୍ଷୀୟ ପୀଡ଼ିତ ବିଲାଲ ହସନଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବିଲାଲ ଗୁରୁତର ଆହତ ହୋଇଥିଲେ, ଯେଉଁଥିରେ ତାଙ୍କ ଅନ୍ତନଳୀ ଏବଂ ଫୁସଫୁସ ମଧ୍ୟ ଫାଟି ଯାଇଥିଲା। ସୋମବାର ତାଙ୍କୁ LNJPର ICUରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ।