ଦିଲ୍ଲୀ ବିସ୍ଫୋରଣ : i20 କାର ଯୋଗାଇଥିବା କାର ଡିଲରଙ୍କୁ ଅଟକ

ଦିଲ୍ଲୀର ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ପୁଲିସ ତଦନ୍ତ ଜାରି ରହିଛି । ବୁଧବାର  ପୁଲିସ ଉମର ଏବଂ ତାରିକଙ୍କୁ i20 କାର ଯୋଗାଇଥିବା କାର ଡିଲରଙ୍କୁ ଅଟକ ରଖିଛନ୍ତି । ଡିଲରଙ୍କ ନାମ ଅମିତ । ପୁଲିସ ତାଙ୍କୁ ରୟାଲ କାର ପ୍ଲାଜା  ଅଫିସରୁ ଉଠାଇ ନେଇ ଅଟକ ରଖିଛି ।​​​​​​​​​​

ଫରିଦାବାଦ ପୁଲିସ ସହାୟତାରେ ଡିଲରଙ୍କୁ ସେକ୍ଟର ୩୭ ସ୍ଥିତ ତାଙ୍କ  ଅଫିସରୁ ଉଠାଇ ଅଣାଯାଇ ଅଟକ ରଖାଯାଇଛି । ପୁଲିସ ଡିଲରଙ୍କୁ ପଚରାଉଚରା କରୁଛି।  i20 କାର କିଏ କିଣିଥିଲା ​​ଏବଂ ଉମର କିପରି ଡିଲରଙ୍କ ସହ ସମ୍ପର୍କରେ ଆସିଥିଲେ ସେନେଇ ପଚରାଉଚରା କରାଯାଉଛି । ଡିଲରଙ୍କୁ କାରର ସମ୍ପୂର୍ଣ୍ଣ ବିବରଣୀ ପଚରାଯାଉଛି ।i20 ହେଉଛି ସେହି କାର ଯେଉଁଥିରେ ବିସ୍ଫୋରଣ ଘଟିଥିଲା। ତଦନ୍ତରୁ ଜଣାପଡିଛି, କାରଟି ଅକ୍ଟୋବର ୨୯ ତାରିଖରେ କିଣାଯିବା ଦିନଠାରୁ ନଭେମ୍ବର ୧୦ ସକାଳ ପର୍ଯ୍ୟନ୍ତ ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରେ ପାର୍କିଂ କରାଯାଇଥିଲା। ଏହା ପରେ ୧୦ ତାରିଖ ସକାଳେ କାରଟିସେହି ଅଞ୍ଚଳ ଛାଡି ସକାଳ ୮ ଟା ପରେ ବଦରପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲା ​​ଏବଂ ତା’ପରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଘୂରି ବୁଲିଥିଲା।

ଦିଲ୍ଲୀର ବଡ଼ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା କି ନାହିଁ ତାହା ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ କରୁଛନ୍ତି। i20 କାରଟି ଦିନସାରା ଦିଲ୍ଲୀର ଅନେକ ଅଞ୍ଚଳରେ ଘୂରି ବୁଲିଥିଲା। ତଦନ୍ତ ଏଜେନ୍ସିଗୁଡ଼ିକ ଘଟଣା ସହିତ ଜଡିତ ସିସି ଟିଭି ଫୁଟେଜ ମଧ୍ୟ ଯାଞ୍ଚ୍ କରୁଛନ୍ତି। ନଭେମ୍ବର ୧୦ ତାରିଖରେ କାରଟି ସକାଳ ୮:୧୩ରେ ଦିଲ୍ଲୀ-ଫରିଦାବାଦ ସୀମାର ବଦରପୁରରୁ ଦିଲ୍ଲୀରେ ପ୍ରବେଶ କରିଥିଲା।  ପରେ କାରକୁ ଦକ୍ଷିଣ ପୂର୍ବ ଜିଲ୍ଲାରେ ଦେଖାଯାଇଥିଲା। ଏହା ପରେ, କାରଟି ଦିଲ୍ଲୀର ହୃଦୟ ଭାବରେ ଜଣାଶୁଣା କନାଟ୍ ପ୍ଲେସରେ ବୁଲୁଥିବା ଦେଖାଯାଇଥିଲା। ଏହା ପୂର୍ବରୁ ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ମଧ୍ୟ ରହିଥିଲା।  ଏହାକୁ ନେଇ ପ୍ରଶ୍ନ ଉଠୁଛି ଆତଙ୍କବାଦୀ ବିସ୍ଫୋ‌ରଣ ପାଇଁ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଖୋଜୁଥିଲେ ନା  ଅନ୍ୟ କିଛି ଖୋଜୁଥିଲେ।ବିସ୍ଫୋରଣ ଘଟିଥିବା i20 କାରଟି ଉମର ଚଲାଉଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଉମର ଏହି  ଆତଙ୍କବାଦୀ ଆକ୍ରମଣ କରିଥିଲେ କାରଣ ସେ ଭୟ କରୁଥିଲେ, ତାଙ୍କୁ ତାଙ୍କ ସାଥୀ ଡାକ୍ତରଙ୍କ ପରି ଧରାଯାଇପାରେ। ସେମାନେ କହିଛନ୍ତି ଦକ୍ଷିଣ କଶ୍ମୀରର ଫୁଲଓ୍ବାମା ଜିଲ୍ଲାର ଲେଥପୋରାର ଡାକ୍ତର ଜଣକ କାରରେ ସମ୍ଭବତଃ ଆମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରକ ନେଇଯାଉଥିଲେ।

ସୂତ୍ର ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଆମୋନିୟମ୍ ନାଇଟ୍ରେଟ୍, ଇନ୍ଧନ ତେଲ ଏବଂ ଏକ ଡ଼େଟୋନେଟର ବ୍ୟବହାର କରାଯାଇପାରେ। ବିସ୍ଫୋରଣ ଏବଂ ଆତଙ୍କବାଦୀ ମଡ୍ୟୁଲ୍‌ର ତଦନ୍ତ ଜାରି ରହିଥିବା ବେଳେ, ଅଧିକାରୀମାନେ କହିଛନ୍ତି ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ତାରିକ ନାମକ ଜଣେ ବ୍ୟକ୍ତି, ଯିଏ ଉମର ମହମ୍ମଦକୁ i20 କାର ଯୋଗାଇଥିବା ଅଭିଯୋଗ ହୋଇଛି, ତାକୁ ଗିରଫ କରାଯାଇଛି।

 

Leave a comment