ବିଜେପି ଏକତରଫା ବିଜୟ ମୁହାଁ ହୋଇଛି

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।   ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ  ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ବିଜେପି  ୫୦ ଆସନ ଛୁଇଁଛି। ଏହା ସହିତ ବିଜେପି ଏକତରଫା ବିଜୟ ମୁହାଁ ହୋଇଛି।

ବିଜେପିର ନେତୃତ୍ବ ସମ୍ପର୍କରେ ମନୋଜ ତିଓ୍ବାରୀ କହିଛନ୍ତି ପବ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ଅଛି । ମୁଁ ବିଶ୍ବାସ କରେ ଯେ ସଂଖ୍ୟା ଏହାଠରୁ ଆହୁରି ଭଲ ହେବ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଭରସା କରିଛନ୍ତି  ।

ଦିଲ୍ଲୀର ପ୍ରତ୍ୟେକ ବର୍ଗ ଆମ ଆଦମୀ ପାର୍ଟିଠାରୁ ନିଜକୁ ଦୂରେଇ ରଖିଛନ୍ତି। ଆଜି ଫଳାଫଳ ବିଜେପି ହାତେଇବ। ଆପ୍ ଯେଉଁଭଳି ଭାବରେ କୁଶାସନ କଲା , ଦୁର୍ନୀତିରେ ଲିପ୍ତ ରହିଲା, ଶୀଶମହଲ ନିର୍ମାଣ କଲା, ଜନତା ତାହାର ଜବାବ ଦେଉଛନ୍ତି।