ମହାରାଷ୍ଟ୍ରର ଗଡ଼ଚିରୌଲୀରେ ୩ ନକ୍ସଲ୍‌ ନିହତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୌଲୀରେ ପୁଲିସ  ସହିତ ଗୁଳି ବିନିମୟ କରି ଜଣେ ଦଲମ୍‌ କମାଣ୍ଡର୍‌ଙ୍କ ସମେତ ୩ଜଣ ନକ୍ସଲ୍‌ ନିହତ ହୋଇଥିବା କଥା ପୁଲିସ କହିଛି। ରାଜାରାମ ଓ ପେରିମିଲୀ ସଶସ୍ତ୍ର ଆଉଟ୍‌ପୋଷ୍ଟ୍‌ ମଧ୍ୟସ୍ଥ କେଦମାରା ଜଙ୍ଗଲରେ ଗୁଳିବିନିମୟ ଘଟିଥିଲା। ଜଙ୍ଗଲରେ ତଲାସ ଅଭିଯାନ ଚାଲିଥିବା ବେଳେ ନକ୍ସଲବାଦୀମାନେ ‘ସି୬୦’ ଟିମ୍‌ ଉପରକୁ ଗୁଳି ଚଳାଇଲେ। ଆତ୍ମରକ୍ଷା କରିବାକୁ ‘ସି୬୦’ ଟିମ୍‌ ମଧ୍ୟ ପାଲଟା ଗୁଳି ଚଳାଇଲେ। ଫଳରେ ୩ଜଣ ନକ୍ସଲ୍‌ବାଦୀଙ୍କର ମୃତ୍ୟୁ ଘଟିଲା। ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ସେମାନଙ୍କର ଶବ ଉଦ୍ଧାର କରାଯାଇଛି। ନିହତ ନକ୍ସଲ୍‌ବାଦୀମାନେ ହେଉଛନ୍ତି ପେରିମିଲୀ ଦଲମ୍‌ର କମାଣ୍ଡର୍‌ ବିଟ୍‌ଲୁ ମଦାବୀ, ପେରିମିଲୀ ଦଲମ୍‌ର ବାସୁ ଏବଂ ଆହେରି ଦଲମ୍‌ର ଶ୍ରୀକାନ୍ତ।