ମିଥୁନଙ୍କୁ ଦାଦା ସାହେବ ଫାଲ୍କେ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବିଜ୍ଞାନ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ସମାରୋହକୁ ସମ୍ବୋଧିତ କରି ମିଥୁନ ଚଳଚ୍ଚିତ୍ର ଦୁନିଆରେ ତାଙ୍କ ସଂଘର୍ଷର ଅନୁଭୂତି ବଖାଣିଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସମ୍ମୁଖୀନ ହୋଇଥିବା ଭେଦଭାବକୁ ମନେ ପକାଇଥିଲେ ଏବଂ ପ୍ରେକ୍ଷାଳୟରେ ଉପସ୍ଥିତ ପୁରସ୍କାର ବିଜେତା ଏବଂ ଦର୍ଶକଙ୍କ ସହିତ ତାଙ୍କ ସଫଳତାର ମନ୍ତ୍ର ବାଣ୍ଟିଥିଲେ ।