ମହାକୁମ୍ଭରେ ମହାଶିବରାତ୍ରୀ ବୁଡ଼ ପାଇଁ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ପାର ହୋଇଗଲାଣି । ଆଜି ଅପରାହ୍ନ ୧୨ଟା ସୁଦ୍ଧା ୭୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ମହାକୁମ୍ଭର ଶେଷ ଶାହୀ ସ୍ନାନ ମହାଶିବରାତ୍ରିରେ ରହିଛି । ମହାକୁମ୍ଭରେ ଲଗାତାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ଶିବରାତ୍ରୀ ସ୍ନାନ ପାଇଁ ଅଧିକ ଫୋର୍ସ ନିୟୋଜିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପ୍ରୟାଗରାଜକୁ ବିମାନ ଟିକେଟ ଦାମ୍ ମଧ୍ୟ ଅହେତୁକ ବଢିଛି ।