ଅତିକ ଅହମଦ କବର ଉପରେ ତ୍ରିରଙ୍ଗା ପକାଇ ୬ ବର୍ଷ ପାଇଁ ଦଳରୁ ନିଳମ୍ବିତ କଂଗ୍ରେସ ନେତା
ପ୍ରୟାଗରାଜ : ପ୍ରୟାଗରାଜରେ ଅତିକ ଅହମଦ କବର ଉପରେ ତ୍ରିରଙ୍ଗା ପକାଇ ପୁଣି ବିବାଦରେ ଫସିଛନ୍ତି ଜଣେ କଂଗ୍ରେସ ନେତା। ତ୍ରିରଙ୍ଗାକୁ ଅପମାନିତ କରିଥିବାରୁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ଏହି ମାମଲାରେ ତାଙ୍କୁ ଅଟକ ରଖିଛି । ସେ କବର ଉପରେ ତ୍ରିରଙ୍ଗା ପକାଇବା ସହ ଏହାକୁ ସାଲ୍ୟୁଟ ମଧ୍ୟ କରିଛନ୍ତି। ଏହାର ଭିଡିଓ ଭାଇରଲ ହେବା ପରେ କଂଗ୍ରେସ ନେତା ରାଜ କୁମାର ସିଂହଙ୍କୁ ୬ ବର୍ଷ ପାଇଁ ଦଳରୁ ନିଳମ୍ବିତ କରାଯାଇଛି।