କେଜ୍ରିୱାଲ କହିଥିଲେ ଦୁଇଟି ବଖରା ଥିବା ଘରେ ରହିବେ: ଅଳକା ଲାମ୍ବା
କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ପ୍ରଶ୍ନ ଉଠାଇଛନ୍ତି । ଅଳକା ଲାମ୍ବା କହିଛନ୍ତି, “ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏବେ ପ୍ରଶ୍ନ କରାଯାଉଥିଲେ ବି ସେ ନିରବ ଅଛନ୍ତି,ହେଲେ ଏବେ ଉଡାଇଦେଲେ ୪୫ କୋଟି ଟଙ୍କା କ୍ଷମତାକୁ ଆସିବା ପୂର୍ବରୁ ରାମଲୀଳା ମୈଦାନରୁ ଦୁର୍ନୀତି ବିରୋଧରେ ଲଢେଇ କରୁଥିବା ଦଳର ମନୋଭାବ ବଦଳିଛି।” କଂଗ୍ରେସ ନେତ୍ରୀ କହିଛନ୍ତି ଯେ କେଜ୍ରିୱାଲ ରାମଲିଲା ମୈଦାନରେ କହିଥିଲେ ଯେ ଯଦି ଆମେ କ୍ଷମତାକୁ ଆସିବୁ, ତେବେ ଶୀଲା ଦୀକ୍ଷିତଙ୍କ ପରି ବଙ୍ଗଳା ନେବେ ନାହିଁ ବରଂ ଦୁଇ କୋଠରୀ ଥିବା ଘରେ ରହିବେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ କୋଟିଏ କି ଦୁଇ କୋଟି ଟଙ୍କା ନୁହେଁ ବରଂ ତାଙ୍କ ସରକାରୀ ବାସଭବନର ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅଳକା ଲାମ୍ବା କହିଛନ୍ତି, ଏହା ହେଉଛି ସେହି ଆମ୍ ଆଦମୀ ପାର୍ଟି, ଯାହାର ଦୁଇ ନେତା ଦୁର୍ନୀତି ପାଇଁ ଜେଲରେ ଅଛନ୍ତି | ଯଦି କେଜ୍ରିୱାଲଙ୍କର ସାମାନ୍ୟ ନୈତିକତା ଅଛି, ତେବେ ଦେଶ ସାମ୍ନାକୁ ଆସନ୍ତୁ ଏବଂ କୁହନ୍ତୁ ଯେ ମୁଁ ଆପଣଙ୍କୁ ମିଛ କହିଥିଲି କ୍ଷମା ମାଗୁଛି ।