ଉପକୂଳ ଜଳଚାଷ ପ୍ରାଧିକରଣ ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ
ଉପକୂଳ ଜଳଚାଷ ପ୍ରାଧିକରଣ (ସଂଶୋଧନ) ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ ଲାଭ କରିଛି । ଉପକୂଳ ଜଳଚାଷ ଏବଂ ଏହା ସହିତ ଜଡିତ କାର୍ଯ୍ୟକଳାପ ସିଆରଜେଡ୍ ମଧ୍ୟରେ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ବୋଲି ସରକାର ଦୋହରାଇଛନ୍ତି । ସଂଶୋଧିତ ବିଲରେ ବ୍ୟବସ୍ଥା କରାଯାଇଛି ଯେ ଉପକୂଳ ଜଳଚାଷ ପ୍ରାଧିକରଣ ଅଧିନିୟମ ଅଧୀନରେ ପ୍ରଦାନ କରାଯାଇଥିବା ପଞ୍ଜୀକରଣ ସବୁ କ୍ଷେତ୍ରରେ ପ୍ରଚଳିତ ରହିବ । ଏହାଦ୍ୱାରା ଲକ୍ଷ ଲକ୍ଷ କ୍ଷୁଦ୍ର ନାମମାତ୍ର ଜଳଚାଷ କୃଷକଙ୍କୁ ଏକାଧିକ ଏଜେନ୍ସିଠାରୁ ସିଆରଜେଡ୍ ମଞ୍ଜୁରି ପାଇବାର ସମ୍ଭାବ୍ୟ ଆବଶ୍ୟକତାକୁ ଦୂର କରିବା ଉଦ୍ଦେଶ୍ୟରେ ସିଆରଜେଡ୍ ବିଜ୍ଞପ୍ତି ଅଧୀନରେ ଏହି ପଞ୍ଜୀକରଣକୁ ବୈଧ ଅନୁମତି ଭାବରେ ବିବେଚନା କରାଯିବ।
ଏହି ସଂଶୋଧନ ଜରିଆରେ ଉପକୂଳ ନିୟନ୍ତ୍ରଣ ଜୋନ୍ (ସିଆରଜେଡ୍)ର ନୋ ଡେଭଲପମେଣ୍ଟ ଜୋନ୍ (ଏନ୍ ଡିଜେଡ୍) ମଧ୍ୟରେ ହାଚରି, ବ୍ରୁଡ୍ ଷ୍ଟକ୍ ବହୁଗୁଣନ କେନ୍ଦ୍ର (ବିଏମସି) ଏବଂ ନ୍ୟୁକ୍ଲିୟସ୍ ବ୍ରିଡିଂ ସେଣ୍ଟର (ଏନ୍ବିସି) ଭଳି ଜଳଚାଷ ୟୁନିଟ୍ ପ୍ରତିଷ୍ଠା ପାଇଁ ସିଏଏ ଆଇନ ଅଧୀନରେ ନିର୍ଦ୍ଦିଷ୍ଟ ରିହାତି ପ୍ରଦାନ କରାଯାଇଛି ।
ମୂଳ ଆଇନରେ ବିନା ପଞ୍ଜୀକରଣରେ ଉପକୂଳ ଜଳଚାଷ କଲେ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି। ଏହା ସମ୍ପୂର୍ଣ୍ଣ ନାଗରିକ ପ୍ରକୃତିର ଅପରାଧ ପାଇଁ ଅତ୍ୟନ୍ତ କଠୋର ଦଣ୍ଡ ବୋଲି ମନେହୁଏ । ତେଣୁ ସଂଶୋଧିତ ବିଲରେ ଏହାକୁ ଏକ ନାଗରିକ ଅପରାଧ ଭାବେ ଗ୍ରହଣ କରି ଅପରାଧମୁକ୍ତ କରାଯାଇ କେବଳ ଜରିମାନା ଲାଗୁ ଭଳି ଉପଯୁକ୍ତ ଦଣ୍ଡ ବ୍ୟବସ୍ଥା କରାଯାଇଛି।
ଏହି ସଂଶୋଧିତ ବିଲରେ ଉପକୂଳ ଜଳଚାଷର ସମସ୍ତ କାର୍ଯ୍ୟକଳାପକୁ ବ୍ୟାପକ ଭାବରେ ଅନ୍ତର୍ଭୁକ୍ତ କରିବା ଏବଂ କୃଷି ଏବଂ ଉପକୂଳ ଜଳଚାଷର ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ମୂଳ ଆଇନରେ ଥିବା ଅସ୍ପଷ୍ଟତାକୁ ଦୂର କରିବା ପାଇଁ ବ୍ୟାପକ ଭିତ୍ତିଭୂମି “ଉପକୂଳ ଜଳଚାଷ”ର ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଉପକୂଳବର୍ତ୍ତୀ ଜଳଚାଷ କାର୍ଯ୍ୟକଳାପ ଯେପରି ଏହି ଆଇନ ପରିସରରୁ ବାଦ୍ ପଡ଼ିବ ନାହିଁ ଏବଂ ପରିବେଶ ଅନୁକୂଳ ଢଙ୍ଗରେ କାର୍ଯ୍ୟ କରିବ ତାହା ସୁନିଶ୍ଚିତ ହେବାର ସମ୍ଭାବନା ରହିଛି।