ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା
ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ 40ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ ଓ ଭାରତୀୟ ସେନା ଲାଗିପଡ଼ିଛି। ପ୍ରବଳ ପାଣି ଯୋଗୁଁ ୩୦ରୁ ୪୦ ଟେଂଟ ଭାସିଯାଇଥିବା ଅନୁମାନ କରାଯାଉଛି । ହଠାତ ବାଦଲ ଫାଟିବା ଯୋଗୁଁ ପଣିର ପ୍ରକୋପ ବଢିଯାଇଥିଲା ଓ ଲୋକେ ଭାସିଯାଇଥିଲେ ।
ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗୁମ୍ଫା ନିକଟରେ ଏବେ ବି ବର୍ଷା ହେଉଛି । ଆହତଙ୍କୁ ଏୟାରଲିଫଟ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାମରେ ହେଲିକପ୍ଟରର ସହାୟତା ନିଆଯାଉଛି । ପାଗ ଅନୁକୂଳ ହେଲେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ପ୍ରଶାସନ କହିଛି ।
ଗତକାଲି ସନ୍ଧ୍ୟା ୫ଟା ୩୦ରୁ ଲୋକେ ଫସିକି ରହିଛନ୍ତି । ଶ୍ରଦ୍ଧାଳୁ ମାନେ ଫସିଯାଇଥିବାରୁ ଯୋଗାଯୋଗ ପାଇଁ ଫୋନ ନମ୍ବର ଜାରି କରାଯାଇଛି । ଗୋଟିଏ ଟେଣ୍ଟରେ ଅତି କମ୍ରେ ୪-୬ ତୀର୍ଥଯାତ୍ରୀ ରହୁଥିଲେ। ଏନ୍ଡିଆର୍ଏଫ୍ର କର୍ମଚାରୀଙ୍କ ସୂଚନା ଅନୁସାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ୍ ଅଛନ୍ତି।