ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୨୧ ମାର୍ଚ୍ଚ ୨୦୨୪ ରାତିରେ ଗିରଫ କରିଛି । ତେବେ ତାଙ୍କ ଗିରଫଦାରୀ ପୂର୍ବରୁ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀ କହିଥିଲେ ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ ତେବେ ସେ ଜେଲ୍ରୁ ହିଁ ସରକାର ଚଳାଇବେ । ଗିରଫ ହେବା ପରେ କେଜ୍ରିୱାଲ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କି ଯଦି କେଜ୍ରିୱାଲ ଇସ୍ତଫା ଦେବେ ନାହିଁ ତେବେ ଦିଲ୍ଲୀରେ କ’ଣ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ପାରିବ ।
ଆଇନ ବିଶେଷଜ୍ଞ ଓ ସୁପ୍ରିମକୋର୍ଟ ଓକିଲ ବିରାଗ ଗୁପ୍ତା କହିଛନ୍ତି ଆଇନ ଅନୁଯାୟୀ ଗିରଫଦାରୀ ଅର୍ଥ ବ୍ୟକ୍ତି ଦୋଷୀ ବୋଲି କୁହାଯାଇପାରିବ ନାହିଁ । କେଜ୍ରିୱାଲଙ୍କ ଉପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୌଣସି ବାଧ୍ୟତା ନାହିଁ । କେଜ୍ରିୱାଲଙ୍କୁ ପଦରୁ ହଟାଇବାକୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଜରୁରୀ । ଅପରପକ୍ଷେ ଦିଲ୍ଲୀ ଉପରାଜ୍ୟପାଳ ଅର୍ଥାତ୍ ଏଲ୍ଜି (କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ସ୍ଥିତିିରେ) ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲଗାଇବାକୁ କାର୍ଯ୍ୟବାହୀ ଆରମ୍ଭ କରିପାରିବେ ।