ରାମନବମୀ ହିଂସାର ଯାଞ୍ଚ କରିବ ଏନଆଇଏ

କୋଲକାତା: ପଶ୍ଚିମବଂଗରେ ଗତ ନିର୍ବାଚନଠାରୁ ହିଂସା ଥମିବାର ନା ଧରୁନାହିଁ  । ତେବେ   ରାମନବମୀ ଦିନ ହୋଇଥିବା ହିଂସାର ଯାଞ୍ଚ ପାଇଁ ହାଇକୋର୍ଟ  ଏନଆଇଏ କୁ ନିର୍ଦେଶ ଦେଇଛନ୍ତି  । ପଶ୍ଚିମବଙ୍ଗ  ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଟେକା ପଥର ମାଡ଼ ସହ ଅନେକ ଗାଡ଼ି ପୋଡ଼ି ହୋଇଥିବା ବେଳେ ଅନେକ ଦୋକାନ ମଧ୍ୟ ନଷ୍ଟ ହୋଇଥିଲା ।  ଏନେଇ ଦୁଇ ପକ୍ଷ ହାଇକୋର୍ଟ ଯାଇଥିଲେ । ଏହି ହିଂସାରେ ପୋଲିସ ତଦନ୍ତ ଠିକ୍ କରୁନାହିଁ ବୋଲି ହିନ୍ଦୁ ପକ୍ଷ କହିଥିବା ବେଳେ କୋର୍ଟ ତାହାକୁ ଗ୍ରହଣ କରି ଏନଆଇଏ  ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାମନବମୀରେ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ଉସୁକାଇବା ପାଇଁ ଅନୁମତି ନଥିବା ସତ୍ତ୍ବେ ସେହି ରାସ୍ତା ଦେଇ ଶୋଭାଯାତ୍ରା ନିଆଯାଇଥିଲା ବୋଲି ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ । ଯାହାକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମିଥ୍ୟା କହିବା ସହ ରାମନବମୀ ଶୋଭାଯାତ୍ରା କଣ ପାକିସ୍ତାନରେ ଯାଇ କରାଯିବ ବୋଲି କହିଥିଲେ ।