୪ରୁ ୩ଟି ରାଜ୍ୟରେ ବିଜେପି ଆଗୁଆ

ତେଲେଙ୍ଗାନରେ ବିଆରଏସକୁ ପଛରେ ପକାଇଲା କଂଗ୍ରେସ

୪ରୁ ୩ଟି ରାଜ୍ୟରେ ବିଜେପି ଆଗୁଆ  । ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିଛି । ୪ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ତେଲେଙ୍ଗାନା ଓ ଛତିଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ଆଗୁଆ ରହିଥିବାବେଳେ ତେଲେଙ୍ଗାନାରେ କଂଗ୍ରେସ ବିଆରଏସଠାରୁ ଆଗରେ ରହିଛି। ତେବେ ଛତିଶଗଡ଼ରେ ବିଜେପି ଆଗେଇଥିଲେ ମଧ୍ୟ କଂଗ୍ରେସ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶରେ ‘ବିଜେପି’ ୧୫୫ଟି, କଂଗ୍ରେସ ୭୦ଟି ଆସନରେ ଆଗୁଆ ରହିଛନ୍ତି।  ରାଜସ୍ଥାନରେ ବିଜେପି ୧୧୦ଟି, କଂଗ୍ରେସ ୭୦ଟି ଓ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ଆଗ୍ରଣୀ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସରଦାରପୁରା ଆସନରୁ ଆଗୁଆ ରହିଥିବାବେଳେ କଂଗ୍ରେସର ଅନ୍ୟତମ ପ୍ରମୁଖ ନେତା ସଚିନ ପାଇଲଟ ଟୋଙ୍କରୁ ଆଗୁଆ ରହିଛନ୍ତି। ଅନ୍ୟପଟେ ଝାଲରାପାଟଣା ଆସନରୁ ବିଜେପିର ବସୁନ୍ଧରା ରାଜେ ସିନ୍ଧିଆ ଆଗୁଆ ଅଛନ୍ତି। ସେହିପରି ତେଲେଙ୍ଗାନାରେ କଂ‌ଗ୍ରେସ ୬୪ଟି, ବିଆରଏସ୍‌ ୪୨ଟି, ବିଜେପି ୯ଟି ଓ  ଅନ୍ୟାନ୍ୟ ଦଳ ୫ଟି ଆସନରେ ଅଗ୍ରଣୀ ଅଛନ୍ତି। ଦୁଇଟି ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରୁଥିବା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୋଟିଏ ଆସନରେ ଅଗ୍ରଣୀ ଥିବା ବେଳେ ଆର ଆସନରେ ପଛୁଆ ଅଛନ୍ତି।   ଛତିଶଗଡ଼ରେ ବିଜେପି ୪୯ଟି ଓ କଂଗ୍ରେସ ୪୧ଟି ଆସନରେ ଆଗୁଆ ରହିଛି।