ଭାରତରେ 5G ସବସ୍କ୍ରିପସନ୍ ୧୩୦ ମିଲିୟନରେ ପହଞ୍ଚିବ ବୋଲି ଆଶା ରହିଛି ଏବଂ ୨୦୨୯ ସୁଦ୍ଧା ୮୬୦ ମିଲିୟନକୁ ବୃଦ୍ଧି ପାଇବ ବୋଲି ଗୁରୁବାର ଦିନ ଏକ ନୂଆ ରିପୋର୍ଟରେ ଦର୍ଶାଯାଇଛି । ଏରିକ୍ସନ୍ ରିପୋର୍ଟ ଅନୁଯାୟୀ, ୨୦୨୯ ଶେଷ ସୁଦ୍ଧା 5G ସବସ୍କ୍ରିପସନ୍ ଭାରତରେ ମୋବାଇଲ୍ ସବସ୍କ୍ରିପସନର ୬୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ଭାରତରେ ସାମାଜିକ ତଥା ଅର୍ଥନୈତିକ ସ୍ଥିତିକୁ ଅଗ୍ରଗତି କରିବାରେ ମୋବାଇଲ୍ ନେଟୱାର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଦେଶକୁ ଡିଜିଟାଲ୍ ଭାବେ ଉନ୍ନତି କରିବାରେ ସରକାରଙ୍କ ସପୋର୍ଟ ମିଳୁଛି ବୋଲି ଏରିକ୍ସନ୍ ଇଣ୍ଡିଆର ମୁଖ୍ୟ ନିତିନ ବଂସଲ କହିଛନ୍ତି ।କନେକ୍ଟିଭିଟି ବଢାଇବା ଏବଂ ଡାଟା ବଢ଼ାଇବାରେ 4G ଦେଶରେ ମୁଖ୍ୟ ସବସ୍କ୍ରିପସନ୍ ହୋଇଛି । ଯଦିଓ ଗ୍ରାହକମାନେ 5G କୁ ଆପଣାଉଛନ୍ତି କିନ୍ତୁ 4G ସବସ୍କ୍ରିପସନ୍ ୨୦୨୩ ରେ ୮୭୦ ମିଲିୟନରୁ ୨୦୨୯ ସୁଦ୍ଧା ୩୯୦ ମିଲିୟନକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post
Next Post