ସିଙ୍ଗର ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କଲେ ବିଜେପି ଏମପି ତେଜସ୍ବୀ ସୂର୍ଯ୍ୟା

ଭାରତୀୟ ଜନତା ପାର୍ଟି ଏମପି ତେଜସ୍ୱୀ ସୂର୍ଯ୍ୟା ପ୍ରସିଦ୍ଧ କର୍ଣ୍ଣାଟକ ଗାୟିକା ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କରିଛନ୍ତି। ଗତ କିଛି ଦିନ ଧରି ତେଜସ୍ୱୀ ସୂର୍ଯ୍ୟଙ୍କ ବିବାହ ଖବର ଚର୍ଚ୍ଚାରେ ଥିଲା। ତେଜସ୍ୱୀ ଏବଂ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ବିବାହ ରୀତିନୀତି ଖୁବ୍‌ଶୀଘ୍ର ବେଙ୍ଗାଲୁରୁରେ ଆରମ୍ଭ ହେବ ବୋଲି ରିପୋର୍ଟ ଆସିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଉଭୟଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ଶିବଶ୍ରୀ ସ୍କନ୍ଦପ୍ରସାଦ ଏବଂ ତେଜସ୍ୱୀ ସୂର୍ଯ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେଜସ୍ୱୀ ସୂର୍ଯ୍ୟ ବେଙ୍ଗାଲୁରୁ ଦକ୍ଷିଣରୁ ଲୋକସଭା ଏମପି ଅଟନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ପ୍ରଶଂସା କରିଛନ୍ତି।