ପାକିସ୍ତାନୀଙ୍କୁ ଡ଼େଡ଼ଲାଇନ , ୩ ଦିନ ଭିତରେ ଭାରତ ଛାଡି ପାକିସ୍ତାନ ପଳାଅ
୭୨ ଘଣ୍ଟାରେ ଭାରତ ଛାଡ଼ । ୩ ଦିନ ଭିତରେ ଭାରତ ଛାଡି ପାକିସ୍ତାନ ପଳାଅ । ହାତରେ ମାତ୍ର ଅଳ୍ପ ସମୟ, ଯେତେ ଶୀଘ୍ର ପାରୁଛ ଡେଡଲାଇନ୍ ସରିବା ଆଗରୁ ଆମ ଦେଶ ଛାଡି ନିଜ ଦେଶକୁ ପଳାଅ । ପାକାସ୍ତାନୀଙ୍କୁ ୩ ଦିନ ଅର୍ଥାତ ୭୨ ଘଣ୍ଟାର ମହଲତ ଦେଇଛି ଭାରତ । ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ ସରକାର ଆସିଥିବା ବେଳେ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛି ଭାରତ ।
ତେବେ ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି ତାର ସମୟସୀମା ଏପ୍ରିଲ ୨୭ ଯାଏଁ ରହିଛି । ମାନେ ୨୭ ତାରିଖ ପରେ ଭିସା ରଦ୍ଦ । ସେହିପରି ଯେଉଁ ପାକିସ୍ତାନୀ ନାଗରିକଙ୍କୁ ମେଡିକାଲ ଭିସା ମିଳିଛି ତାହା ୨୯ ତାରିଖ ପରେ ରଦ୍ଦ ହେବ । ତେଣୁ ଯେଉଁ ପାକିସ୍ତାନୀ ଭାରତରେ ରହିଛନ୍ତି ୭୨ ଘଣ୍ଟା ଭିତରେ ଭାରତ ଛାଡନ୍ତୁ । ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡି ସ୍ବଦେଶ ଫେରିଯିବାରୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ଭାରତର ବଡବଡ ଆକ୍ସନ ପରେ ବିଳିବିଳେଇଲା ପାକିସ୍ତାନ । ଗତକାଲି ପାକିସ୍ତାନ ଉପରେ ଭାରତ କୂଟନୈତିକ ପ୍ରହାର କରିଥିବା ବେଳେ ଆଜି ପାକିସ୍ତାନ ତାର ଅସଲ ମୁଖା ଦେଖାଇଦେଲା ଆଉ ଆକାଶମାର୍ଗ ଭାରତ ପାଇଁ ବନ୍ଦ କଲା ପାକିସ୍ତାନ । ନଦୀ ଜଳ ବନ୍ଦ ଯୁଦ୍ଧ ବୋଲି ଧରାଯିବ କହି ପାକିସ୍ତାନ ଭାରତ ସହ ସମସ୍ତ ପ୍ରକାର କାରବାର ବନ୍ଦ କରିଛି । ଏଥିସହ ୱାଘା ସୀମା ମଧ୍ୟ ବନ୍ଦ କରିଛି ପାକିସ୍ତାନ ।