ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ପ୍ରିୟଙ୍କା ଭଦ୍ରା ଗାନ୍ଧୀ

ନୂଆ ଦିଲ୍ଲୀ: କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରାରେ ଏବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭାଇ ରାହୁଲ ଗାନ୍ଧିଙ୍କ ସହ ଯାତ୍ରା କରିବେ ବୋଲି ଜଣାପଡିଛି । ଆଜି ଭାରତ ଯୋଡୋ ଯାତ୍ରା କେରଳରେ ପହଁଚିଛି । ପ୍ରିୟଙ୍କା କେଉଁ ଦିନ ସାମିଲ ହେବେ ତାହା ପରେ ଜଣାପଡିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ପ୍ରିୟଙ୍କା ଗାନ୍ଧୀ ୧୯ ରୁ ୨୨  ସେପ୍ଟେମ୍ବର ପର୍ଯ୍ୟନ୍ତ କେରଳରେ ଯାତ୍ରାରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ଏବେ ରାହୁଲ ଗାନ୍ଧୀ ୧୦୦ ରୁ ଅଧିକ କଂଗ୍ରେସ ନେତାଙ୍କ ସହ ଯାତ୍ରା କରୁଛନ୍ତି । ତାଙ୍କ ବିଶ୍ରାମ ପାଇଁ 60ଟି କଂଟେନର ବ୍ୟବସ୍ଥା କରାଯାଇଛି । ୧୨ ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଯାତ୍ରା କରିବା ପରେ କାଶ୍ମୀରରେ ଏହି ଯାତ୍ରା ସରିବ ।

୧୫୦ ଦିନରେ ପ୍ରାୟ ୩୫୦୦ କିଲୋମିଟର  ଯାତ୍ରା କରିବେ ରାହୁଲଙ୍କ ସହ ଅନ୍ୟ କଂଗ୍ରେସ ନେତା ।   ସକାଳ ୭ ରୁ ୧୦ଟା ୩୦ ମିନିଟ୍‌ ଏବଂ ଅପରାହ୍ନ ୩ଟା ୩୦ ରୁ  ସନ୍ଧ୍ୟା ୬ଟା ୩୦ ମିନିଟ ସମୟ ମଧ୍ୟରେ ଯାତ୍ରା ଚାଲିବ । ପ୍ରତିଦିନ କୋଡିଏ କିଲୋମିଟର ଯାତ୍ରା ଚାଲିବ ।