ରାମ ମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଧମକ,ଅଯୋଧ୍ୟାରେ ହାଇଆର୍

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ପ୍ରସିଦ୍ଧ ରାମମନ୍ଦିରକୁ ବେମାରେ ଉଡ଼ାଇେଦେବାକୁ  ଆତଙ୍କୀ ସଙ୍ଗଠନ ଜୈସ – ଇ ମହମ୍ମଦ ଧମକ ଦେଇଛି । ଫଳରେ ଆଯୋଧ୍ୟାରେ ହାଇଆାଲର୍ଟ ଜାରି କରାଯାଇଛି । ରାମ ମନ୍ଦିରର ସୁରକ୍ଷା ବଢାଇ ଦିଆଯାଇଥିଲା  ବେଳେ ମହର୍ଷି ବାଲ୍ମିକୀ ବିମାନବନ୍ଦର ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ବହୁସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଏସଏମପି ରାଜକରଣ ନାୟାର ବିଭିନ୍ନ ଅଞ୍ଚଳ ବୁଲି ସୁରକ୍ଷା ବ୍ୟବସ୍ଥାର ତଦାରଖ  କରିଛନ୍ତି । ଅମୀର ନାମକ ଜଣେ ଜୈସ ଆତଙ୍କୀ ଅଡ଼ିଓ ଜାରି କରି ଏହି ଧମକ ଦେଇଛି  । ସେଥିରେ ସେ କହିଛି କି ଅଯୋଧ୍ୟାର ମସଜିଦ ଭାଙ୍ଗାଯାଇ ମନ୍ଦିର କରିଛନ୍ତି । ବର୍ତମାନ ମନ୍ଦିର ଭାଙ୍ଗିବାକୁ ପଡ଼ିବ । ଆମର 3 ଜଣ ସାଥୀ ସେଠାରେ ସହିଦ ହୋଇଛନ୍ତି । ବର୍ତମାନ ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ । ଏହି ଅଡ଼ିଓ ମିଳିବା ପରେ ସୁରକ୍ଷାକର୍ମୀ ହାଇଆଲର୍ଟରେ ଅଛନ୍ତି । ଏହା ପୂର୍ବରୁ 2005 ରେ ଅଯୋଧ୍ୟାରେ ଆତଙ୍କୀ ଆକ୍ରମଣ ହୋଇଥିଲା ।