ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ୨୦୨୫-୨୬ ଅଧିବେଶନରୁ ବର୍ଷକୁ ଦୁଇଥର କରାଯିବ । ଛାତ୍ରମାନଙ୍କୁ ଉଭୟ ପରୀକ୍ଷାରେ ହାଜର ହେବାକୁ ବିକଳ୍ପ ଦିଆଯିବ ଏବଂ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ଚୂଡ଼ାନ୍ତ ସ୍କୋର ଭାବରେ ବିବେଚନା କରାଯିବ । ଦୁଇଥର ବୋର୍ଡ ପରୀକ୍ଷା କରିବା ପାଇଁ ଦୁଇଟି ସୂତ୍ର ପ୍ରସ୍ତୁତ କରାଯାଇଛି। ପ୍ରଥମ ସୂତ୍ର JEE ରେ ଅଛି, ଯେଉଁଥିରେ ପିଲାମାନେ ଦୁଇଥର ପରୀକ୍ଷା ପାଇଁ ଆସିପାରିବେ। ଦ୍ୱିତୀୟ ସୂତ୍ର ହେଉଛି ସେମିଷ୍ଟାରରେ ପରୀକ୍ଷା କରିବା ଯଥା ପ୍ରତି ଛଅ ମାସରେ। କିନ୍ତୁ ବର୍ତ୍ତମାନ JEE ଅନୁଯାୟୀ ପରୀକ୍ଷା କରିବା ପାଇଁ ଏକ ସହମତି ପ୍ରକାଶ ପାଇଛ।ବୋର୍ଡ ପରୀକ୍ଷା ସମ୍ପର୍କରେ ଶିକ୍ଷା ମନ୍ତ୍ରଣାଳୟ ଏକ ନୂତନ ପଦକ୍ଷେପ ନେଇଛି। ଏହି ପଦକ୍ଷେପ ଅନୁଯାୟୀ ଛାତ୍ରୀଛାତ୍ରମାନେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପାଇଁ ହାଜର ହୋଇପାରିବେ। ଏହି ପଦକ୍ଷେପ ସେମାନଙ୍କ ଚାପକୁ ହ୍ରାସ କରିବ ଏବଂ ସେମାନଙ୍କୁ ଭଲ ପ୍ରଦର୍ଶନ କରିବାର ଆଉ ଏକ ସୁଯୋଗ ମିଳିବ। ଆହୁରି ମଧ୍ୟ, ଯଦି ପ୍ରଥମ ପ୍ରୟାସରେ ଜଣେ ଛାତ୍ରର ପେପର ଖରାପ ହୋଇଯାଏ, ତେବେ ସେ ଦ୍ୱିତୀୟ ଥର ପରୀକ୍ଷା ଦେଇପାରିବେ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି ଯେ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ବର୍ଷକୁ ଦୁଇଥର ଆଡମିଶନ ଦିଆଯିବ। ଉଭୟ ଅଧିବେଶନରେ ଆଡମିଶନ CUET ଆଧାରରେ ହେବ। ଦ୍ୱିତୀୟ ଅଧିବେଶନରେ ଆଡମିଶନ ପାଇଁ କୌଣସି ପୃଥକ ପରୀକ୍ଷା ଦେବାକୁ ପଡିବ ନାହିଁ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି